ଗଣତନ୍ତ୍ରରେ ପ୍ରଶ୍ନ କରିବା ପାଇଁ ଓଡ଼ିଆ ଲୋକମାନେ ଆମକୁ ଦାୟିତ୍ୱ ଦେଇଛନ୍ତି -ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର//,ରାଉରକେଲା // 31/03/2023 // ଉତ୍କଳ ସମାଚାର ,// ରାଜ୍ୟ ସରକାର ଓ ଶାସକ ଦଳର ନେତାଙ୍କୁ ଓଡ଼ିଶାର ଅପରାଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆମ ଦଳ ପକ୍ଷରୁ ପ୍ରଶ୍ନ ପଚାରିଲେ ରାଜନୀତି କରାଯାଉଥିବା ଉତ୍ତର ଆସୁଛି । ଗଣତନ୍ତ୍ରରେ ପ୍ରଶ୍ନ କରିବା ପାଇଁ ଓଡ଼ିଆ ଲୋକମାନେ ଆମକୁ ଦାୟିତ୍ୱ ଦେଇଛନ୍ତି ଏବଂ ଏହାକୁ ଆମେ ଜାରି ରଖିବୁ ବୋଲି ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ଅପରାଧିକ ପ୍ରବଣତା ବଢିଥିବା ବେଳେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସତ ଶୁଣିବାକୁ ସାହସ ନାହିଁ । ରାଜନୀତି କରିବା କଥା କହୁଛନ୍ତି । ଶାସନ କରୁଥିବା ଲୋକମାନେ ଇଷ୍ଟ ଇଣ୍ଡିଆ ଭଳି କଥା କହୁଛନ୍ତି । ଓଡ଼ିଶାର ସରକାରଙ୍କ ଶାସନର ଚାବି ଅସମାମ୍ବିଧାନିକ ଲୋକଙ୍କ ପାଖରେ ଅଛି । ଝାରସୁଗୁଡାରେ ମନ୍ତ୍ରୀ ନବ ଦାସଙ୍କ ଠାରୁ ନାବାଳକ ସମର୍ଥଙ୍କ ହତ୍ୟା ହେଉଥିବା ବେଳେ ପ୍ରଶ୍ନ ପଚାରିଲେ ଓଡ଼ିଶାକୁ ଅପମାନ କରିବା କଥା କୁହାଯାଉଛି ।ଆଠଗଡରେ କର୍ପୋରେଟିଭ୍ ବ୍ୟାଙ୍କ୍ ନାଁରେ ଗରିବର ଲୋକଙ୍କୁ ଗୋଟିଏ ପରିବାର ହରିଲୁଟ କଲେ । ଅପରପକ୍ଷରେ ଦୀର୍ଘ ୨୩ ବର୍ଷର ଶାସନରେ ଶାସକ ଦଳର ଅଧିକରୁ ଅଧିକ ନେତାମାନେ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି । ସିସୋର ଚିଟଫଣ୍ଡରେ ଅଭିଯୁକ୍ତ ଉତ୍ତରପ୍ରଦେଶ ସହ ତୁଳନା କରିବା ଦୁର୍ଭାଗ୍ୟଜନକ । ଅପରାଧୀଙ୍କୁ ଦମନ କରି ଯୋଗୀ ଆଦିତ୍ୟନାଥ ପୁଣି ସରକାରକୁ ଫେରିଛନ୍ତି । ସାହସ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି କରିକି ଦେଖାନ୍ତୁ । ରାଜ୍ୟରେ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବସ୍ଥା କଣ ? ମାତ୍ର ପ୍ରଶ୍ନ ପଚାରିଲେ ରାଜନୀତି କହିବା ଯୁକ୍ତିଯୁକ୍ତ କି ?ଶ୍ରୀ ପ୍ରଧାନ ମିଶ୍ରଣ ପର୍ବରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଅଭୟ ବାରିକ ଓ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ସମସ୍ତଙ୍କ ଯୋଗଦାନ ଆମ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବ । ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆମେ କାର୍ଯ୍ୟକର୍ତ୍ତାମାନେ ପରିଶ୍ରମ କରିବା ଏବଂ ତାଙ୍କର ବିକାଶର ନାରା ଓ କଲ୍ୟାଣକାରୀ ଯୋଜନାକୁ ଗାଁ ଗାଁରେ ପହଞ୍ଚାଇବା ବୋଲି ସେ ପରାମର୍ଶ ଦେଇଥିଲେ
