ମହାନଗରମୁଖ୍ୟ ଖବରରାଜ୍ୟ

ନାଟ୍ୟମ ନାଟ୍ୟ ମେଳା ଉଦଯାପିତ ଶେଷ ସନ୍ଧ୍ୟାରେ ପ୍ରଦର୍ଶିତ ହେଲା ନାଟକ ସମ୍ପର୍କ

ଅନୁଗୁଳ,୨୨/୧ (ଉତ୍କଳ ସମାଚାର):  ସଭାଘର ଠାରେ ଆଜି ସନ୍ଧ୍ୟାରେ ନାଟ୍ୟମ ନାଟ୍ୟ ମେଳା ଉଦଯାପିତ ହୋଇଯାଇଛି।ଶେଷ ସନ୍ଧ୍ୟାରେ ରଙ୍ଗମ୍ ଅନୁଷ୍ଠାନ ଭୁବନେଶ୍ୱର ଦ୍ଵାରା ମଞ୍ଚସ୍ଥ ହୋଇଥିଲା ନାଟକ ସମ୍ପର୍କ। ଭଡ଼ା ଘର ସମସ୍ୟା ଓ ସମ୍ପର୍କ କୁ ନେଇ ଗତିଶୀଳ ନାଟକ। କରାଳି ମହାନ୍ତି ଙ୍କ ଘରେ ଦୀର୍ଘ ୩୬ ବର୍ଷ ଧରି ଭଡ଼ାରେ ଥିଲେ ବୃଦ୍ଧ ଗଜମାଧବ। କରାଳି କିନ୍ତୁ ଏତେଦିନ ପାରେ ଗଜ ମାଧବ ଙ୍କୁ ବାଚେଲାର ବୋଲି ଅଭିଯୋଗ କରି ଘରୁ ବାହାରିଯିବା କୁ ନୋଟିସ ଦେଲେ।ଅନ୍ୟ ଘର ଭଡାଟିଆ ଗଜ ମାଧବ ଙ୍କୁ ସମର୍ଥନ କଲେ।କେସ ଚାଲିଲା।କେସ ରେ ଜିତିଲେ କରାଳୀ। ଶେଷକୁ ଗଜମାଧବ ଘର ଛାଡ଼ିଲେ ଏବଂ ତାଙ୍କ ସ୍ଥାନରେ ରହିବାକୁ ଆସିଥିବା ନୂଆ ଭଡ଼ା ଟିଆ ଙ୍କ ମଧ୍ୟରେ ମନର ସମ୍ପର୍କ କୁ ନେଇ ନାଟକ ଗତିଶୀଳ ହୋଇଛି।ଆଜି ସନ୍ଧ୍ୟା ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ କୁମାର ରଥ।ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ରାଜ୍ୟ ନାଟ୍ୟ ମହାସଂଘ ର ସଭାପତି ମନୋଜ ପଟନାୟକ,ଓଡ଼ିଶା ବାର୍ କାଉନସିଲ ର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ଏବଂ ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ।ଶ୍ରୀ ରଥ ଏବଂ ଶ୍ରୀ ପଟ୍ଟନାୟକ ଙ୍କୁ ନାଟ୍ୟମ ସମ୍ମାନ ପ୍ରଦାନ କରାଯାଇଥିଲା।ଅତିଥିମାନେ ନାଟ୍ୟମ ର ସ୍ମରଣିକା କୁ ମଧ୍ୟ ଉନ୍ମୋଚନ କରିଥିଲେ। ନାଟ୍ୟମ ର ସଭାପତି ସୁଧାଂଶୁ ମୋହନ ଦ୍ବିବେଦୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସମୀର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ନିଝାର୍ ଅଲି ଦାମ।ନିଓ ହୃଦାନନ୍ଦ ପଣ୍ଡା କାର୍ଯ୍ୟକ୍ରମ ପରି ଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *