ମହାନଗରମୁଖ୍ୟ ଖବରରାଜ୍ୟ

ଘର ପଛ କୁଅରୁ ବୃଦ୍ଧା ମା’ର ମୃତଦେହ ଉଦ୍ଧାର 

ଅନୁଗୁଳ,୧୫/୧ (ଉତ୍କଳ ସମାଚାର):: ବୃଦ୍ଧା ମାକୁ ମାରି ଖୋଲା କୂଅରେ ପୋତି ଦେଲା ପୁଅ । ଏଭଳି ଅଭିଯୋଗ ହେଲା ପରେ ପୁଅକୁ ଅଟକ ରଖି ମାଟି ଖୋଳି ମୃତଦେହ ଉଦ୍ଧାର କଲା କିଶୋରନଗର ଥାନା ପୁଲିସ । ସୁଚନା ଅନୁସାରେ କିଶୋରନଗର ଥାନା ଘୋଷର ମୁଗମାଳ ସାହିରେ ୭୦ ବର୍ଷିୟ ପଙ୍କଜିନୀ ପ୍ରଧାନ ଓ ତାଙ୍କ ପୁଅ ଅବନୀ ରୁହନ୍ତି । ଅବନି ବାରମ୍ବାର ଅସାମାଜିକ କାମରେ ଲିପ୍ତ ରହୁ ଥିବାରୁ ଗାଁ ଲୋକ ଅବନି କିମ୍ବା ତାଙ୍କ ମା’ଙ୍କ ସହ ଚଳନ୍ତି ନାହିଁ । ତେବେ ଗତ କିଛି ଦିନ ହେଲା ଗାଁ ଲୋକ ଅବନିଙ୍କ ମା ପଙ୍କଜିନୀଙ୍କ ଦେଖାଅ ପାଇ ନଥିବା ବେଳେ ଗତକାଲି ଅବନିଙ୍କ ଘର ପଛ ପଟରୁ ଦୁର୍ଗନ୍ଧ ଆସୁଥିବା ଜାଣି ସନ୍ଦେହ କରିଥିଲେ । ଗାଁ ଲୋକଙ୍କ ଠାରୁ ସୁଚନା ପାଇ ଅବନିଙ୍କ ମାମୁଁ ଘର ଲୋକ ଆସି ପଚରାଉଚୁରା କରିବାରୁ ମା’ଙ୍କ ଅସୁସ୍ଥତା କାରଣରୁ ମୃତ୍ଯୁ ହୋଇଛି ଏବଂ ମୃତ୍ଯୁ ପରେ ଘର ପଛ ପଟ ଖୋଲା କୁଅରେ ମାଟି ଖୋଳି ପୋତି ଦେଇଥିବା ଅବନି କହିଥିଲା 

Leave a Reply

Your email address will not be published. Required fields are marked *