ସମ୍ବଲପୁର ସୁନାପାଲି ରେ ବିଭସ୍ୟ ହତ୍ୟାକାଣ୍ଡ

ସମ୍ବଲପୁର //,୧୪/୫ // (ଉତ୍କଳ ସମାଚାର) // ମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ବିଭଷ୍ୟ ହତ୍ୟାକାଣ୍ଡ l ମା ଓ ଦୁଇ ଛୁଆ ଙ୍କୁ ହତ୍ୟା କରାଯାଇ ଘର ଭିତରେ ବନ୍ଦ କରି ଅଭିଯୁକ୍ତ ଫେରାର l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ବ୍ୟବଛେଦ ପାଇଁ ପଠାଇଛି l ସନ୍ଦେହ ଘେରରେ ଭଡାଟିଆ l:ସମ୍ବଲପୁର ସୁନାପାଲି ଅଞ୍ଚଳରେ ଚାଞ୍ଚଲ୍ୟ କର ଘଟଣା ଘର ବାହାରୁ ବନ୍ଦ ଥିବା କୋଠରୀ ଭିତରୁ ୩ ମୃତ ଦେହ ଉଦ୍ଧାର l ଉକ୍ତ ଘରେ ଭଡା ରହୁଥିବା ଉତ୍ତରପ୍ରଦେଶ ର ସଲମାନ ନାମକ ଜଣେ ଯୁବକ ଫେରାର l ଗତ ୪ ଦିନ ପୂର୍ବରୁ ହତ୍ୟାର ଶିକାର ହୋଇଥିବା ସାଜିୟା ପରବିନଙ୍କର ମା ସାଜିୟାଙ୍କୁ ଫୋନ କରୁଥିଲେ ହେଲେ ସେ ଫୋନ ଉଠାଉ ନଥିଲେ ତେବେ ଗତ କାଲି ଦିନ ପ୍ରାୟ 4 ଟା ସମୟରେ ସାଜିୟାଙ୍କ ମା ଚକ୍ରଧରପୁର ରୁ ଆସି ତାଙ୍କ ଝିଅଙ୍କ ଘରକୁ ଆସି ପହଞ୍ଚି ଥିଲେ l ହେଲେ ଗେଟ ରେ ତାଲା ପଡିବା ସହ ଘର ଭିତରୁ ଦୁର୍ଘନ୍ଦ ବାହାରୁଥୁଲା l ତୁରନ୍ତ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ l ପୋଲିସ ପହଞ୍ଚି ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୂଖ୍ୟ ଗେଟ ର ତାଲା ଭାଙ୍ଗିଥିଲେ l ଘର ଭିତରେ ଦୁଇ ଜଣ ଛୁଆ ଓ ଜଣେ ମହିଳାଙ୍କ ମୃତ ଦେହ ଚାଦର ରେ ଘୋଡାଇ ରଖା ଯାଇଥିଲା l ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ ଆଜି ପୁଣି ମୃତ ଦେହର ଇନକ୍ୟୁଏଷ୍ଟ କରାଯାଇଥିଲା lଆଜି ସକାଳୁ ମାଜିଷ୍ଟ୍ରେଟ ଓ ସଦର SDPO, ଏବଂ ଧନୁପାଲି ଥାନା ଅଧିକାରୀ ଙ୍କ ଉପସ୍ଥିତିରେ ପୋଲିସ ଶବ ଗୁଡିକୁ ବାହାର କରି ପୋଷ୍ଟ ମୋର୍ଟମ ପାଇଁ ପଠାଇଛି l ମୃତକ ମାନଙ୍କ ବେକରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି l ଗତ ୬ ମାସ ହେଲା ସଲମାନ ଅହମ୍ମଦ ନାମକ ଜଣେ ଯୁବକ ତାଙ୍କ ଘରେ ଭଡା ରହି ଆସୁଥିଲେ l ବର୍ତ୍ତମାନ ସେହି ସନ୍ଦିଗ୍ଧ ଯୁବକ ଫେରାର ଥିବା ବେଳେ ପୋଲିସ ସେହି ଯୁବକ ସହ ଅନ୍ୟ କେତେକ ଲୋକଙ୍କୁ ଖୋଜୁଛି l ଗତ ୭ ଦିନ ହେଲା ମୃତ ମହିଳା ଙ୍କ ଘର ବାହାରୁ ବନ୍ଦ ଥିବା ସ୍ଥାନୀୟ ଲୋକେ କହିଛନ୍ତି l ସନ୍ଦିଗ୍ଧ ଯୁବକ ସଲମାନ ଅହମ୍ମଦ ସିଲିଂ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା l ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଦିନ ତଳେ ସଲମାନ ଓ ସାଜିଆ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ସେପଟେ ପୋଲିସ ମୃତ ଶରୀର ଗୁଡିକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି l ଏହି ହତ୍ୟା ସମ୍ପତି ପାଇଁ କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ତାହା ଅଭିଯୁକ୍ତ କୁ ଧରି ଜେରା କରିବା ପରେ ହିଁ ଜଣାପଡିବ lଏହି ହତ୍ୟା ସମ୍ପତି ପାଇଁ କରାଯାଇଛି ନା ଅନ୍ୟ କିଛି କାରଣ ରହିଛି l ପୋଲିସ ଅଭିଯୁକ୍ତ କୁ କେବେ ଧରୁଛି ତାକୁ ହିଁ ଅପେକ୍ଷା

Leave a Reply

Your email address will not be published. Required fields are marked *