ଗଞ୍ଜେଇ ଚୋରା ଚାଲାଣ କାର ସହ 2 ଜଣଙ୍କୁ ଗିରଫ କଲl ଗୁଇନ୍ଦା ଅବକାରୀ ବିଭାଗ l

ସମ୍ବଲପୁର //,୧୪/୫ // (ଉତ୍କଳ ସମାଚାର) //:ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ଶାସନ ଟୋଲ ଗେଟ ଠାରେ ୪୨ କେଜି ଗଞ୍ଜେଇ ଜବତ, କାର ସହ 2 ଗିରଫ l ଆଜି ଅବକାରୀ ବିଭାଗ ପକ୍ଷରୁ ଶାସନ ଟୋଲ ଗେଟ ଠାରେ ଚେକିଂ ଚାଲୁଥିବା ସମୟରେ ପଶ୍ଚିମ ବଙ୍ଗ ନମ୍ବର ବିଶିଷ୍ଟ ଏକ କାର ଟୋଲ ଗେଟ ଠାରେ ଅଟକି ଥିଲା l ଗାଡିରେ ବସିଥିବା ଯୁବକ ମାନଙ୍କ ଉପରେ ସନ୍ଦେହ ହେବାରୁ ଅବକାରୀ ବିଭାଗର କର୍ମଚାରୀ ମାନେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ଗାଡି ଭିତରୁ ୪୨ କେଜି ଗଞ୍ଜେଇ ବାହାରିଥିଲା l ଏହି ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ରାଞ୍ଚି କୁ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ କହିଛି l ଏହି ଘଟଣାରେ ରାଞ୍ଚି ଝାଡ଼ଖଣ୍ଡ ରାଜ୍ୟର ଅମନ ପାଠକ ଏବଂ କୁନ୍ଦନ କୁମାର ଶର୍ମା ନାମକ ଦୁଇ ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୁଇନ୍ଦା ଅବକାରୀ ବିଭାଗ l ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ର ଆନୁମାନିକ ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ରିପୋର୍ଟ : ସରୋଜ ସାହୁ,ମାନସ ସାହୁ,ସମ୍ବଲପୁର

Leave a Reply

Your email address will not be published. Required fields are marked *