ବାରହା ଶିକାର କରି ଯାଇଥିବା ବେଳେ ନିଜ ବନ୍ଧୁକ ଗୁଳି ରେ ନିଜେ ମୃତ
ସମ୍ବଲପୁର //,୧୪/୫// (ଉତ୍କଳ ସମାଚାର)// :ଶିକାରୀ ନିଜେ ହେଲା ଶିକାର, ଜଙ୍ଗଲ କୁ ବାରହା ଶିକାର କରିବାକୁ ଯାଇଥିଲେ ଶିକାରୀ ,କିନ୍ତୁ ବାରହା ବଦଳରେ ନିଜେ ନିଜ ବନ୍ଧୁକ ଗୁଲିରେ ଶିକାର ହୋଇଗଲେ l ଏପରି କିଛି ଘଟଣା ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଚାନ୍ଦନୀ ମାଲ ଏବଂ ବଡ଼ବାହାଲ ଜଙ୍ଗଲ ମଝିରେ ଘଟିଯାଇଛି l ବାରହା ଶିକାର ବେଳେ ନିଜ ବନ୍ଧୁକ ଗୁଲି ନିଜକୁ ବାଜି ଜଣେ ମୃତ ହୋଇଛନ୍ତି l ସୁଚନା ଅନୁସାରେ ୭ ଜଣକ ଯୁବକ ବଡବାହାଲ ଏବଂ ଚନ୍ଦନୀ ମାଲ ଜଙ୍ଗଳ କୁ ବରାହ ଶିକାର ପାଇଁ ଯାଇଥିଲେ l ଗତ ରାତ୍ରିରେ ଅଜଣା ବାଇକ ଶବ୍ଦ ଶୁଣି ଉକ୍ତ ଶିକାରୀ ମାନେ ଫେରାର ମାରୁଥିଲେ l ଫେରାର ଯୁବକ ମଧ୍ୟରୁ ଜଣକ ବନ୍ଧୁକ ଗୁଲି ନିଜ ଦେହରେ ବାଜିଥିଲା l ଅନ୍ୟ ୬ ଜଣ ଯୁବକ ବର୍ତ୍ତି ଯାଇଥିଲେ l ଅନ୍ୟପକ୍ଷରେ କତରବଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ର ମୃତ ଦେହ କୁ ଉଦ୍ଧାର କରିବା ସହ ୬ ଜଣକୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି l ଘଟଣା ସ୍ଥଳରୁ ୨ ଦେଶୀ ବନ୍ଧୁକ କତରବଗା ପୋଲିସ ଜବତ କରିଛି l ସରୋଜ ସାହୁ ଓ ମାନସ ସାହୁ ଙ୍କ ରିପୋର୍ଟ
