ପୋଲିସର ୮୮ତମ ପ୍ରତିଷ୍ଠା ଦିବସରେ ରାଉରକେଲାରେ ପୋଲିସ୍ କର୍ମୀ ପୁରସ୍କୃତ
ରାଉରକେଲା, ୧/୪ (ଉତ୍କଳ ସମାଚାର): ଉତ୍କଳ ଦିବସ ଏବଂ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ, ରାଉରକେଲା ରିଜର୍ଭ ପୋଲିସ ପଡିଆ ଠାରେ ଆୟୋଜିତ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ଡିଆଇଜି ନତି ଶେଖର। ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାପରେ, ଅପ୍ରେଲ ୧ ତାରିଖକୁ ଉତ୍କଳ ଦିବସ ପାଳନ ସହିତ ପୋଲିସ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଛି। ପଶ୍ଚିମାଞ୍ଚଳ ଡିଆଇଜି ନିତି ଶେଖର ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବାପରେ, ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ବାର୍ତ୍ତା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ। ଶ୍ରୀ ନିତିଶେଖର ରାଜ୍ୟ ପୋଲିସର କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ କାର୍ୟ୍ୟଦକ୍ଷତା ପାଇଁ ପୁରସ୍କୃତ କରିଥିଲେ। ସେଥିମଧ୍ୟରେ ସବ୍-ଇନ୍ସପେକ୍ଟର ଫୁଲଜେସନ୍ ଟିଗ୍ଗା, ଏଏସ୍ଆଇ ଶଶୀଭୂଷଣ ପତି, ହାବିଲଦାର ବିନୟ କୁମାର ପଟେଲ, କନେଷ୍ଟବଲ୍ ଅମୀୟ ରଞ୍ଜନ ମାହାନ୍ତ, ସଞ୍ଜୟ କୁମାର ସୁବୁଦ୍ଧି, ଟ୍ରାଫିକ୍ କନେଷ୍ଟବଲ୍ ରଞ୍ଜନ କୁମାର ସାହୁ, ମସ୍କମସ କର, ନେତ୍ରମଣି ସେଠ, ଅଭିମନ୍ୟୁ ପ୍ରଧାନ, ସିପାହୀ ଆବନେଜମ୍ ତୀର୍କୀ, ମରିଆନୁସ୍ ମିଞ୍ଜ୍, ସୁଶାନ୍ତ କମାର ଜେନା, ତୋଫାନ କୁମାର ଶତପଥି, ଅମଜଦ୍ ଅହମଦ୍ ଖାନ୍ ଏବଂ ନନ୍ଦିନୀ ମହନ୍ତ। କାର୍ୟ୍ୟକ୍ରମରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁଙ୍କ ସହ ଓଡ଼ିଶା ପୋଲିସର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
