ସମ୍ବଲପୁର ସୁନାପାଲି ବନ୍ଦ କୋଠରି ରୁ ମିଳିଲା ୩ ମୃତଦେହ l
ସମ୍ବଲପୁର,13/05/2023 // (ଉତ୍କଳ ସମାଚାର): //ସମ୍ବଲପୁର ସହରର ସୁନାପାଲି ଠାରେ ବନ୍ଦ କୋଠରି ଭିତରୁ ୩ ମୃତ ଦେହ ଉଦ୍ଧାର l ଆଜି ସଂଧ୍ୟାରେ ସୁନାପାଲି ଠାରେ ଜଣେ ମହିଳା ଙ୍କ ସହ ତାଙ୍କର ୨ ପୁଅ ଝିଅ ଙ୍କ ମୃତଦେହ କୁ ଉଦ୍ଧାର କରିଛି ଧନୁପାଲି ପୋଲିସ l ଗତକାଲି ଠାରୁ ଏକ ବନ୍ଦ ଘରେ ଦୁର୍ଗନ୍ଧ ବାହାରୁଥିବା ସାଧାରଣରେ ଅଭିଯୋଗ ହେଉଥିଲା l ତେବେ ମୃତକ ମହିଳା ଙ୍କ ମାଁ ନିଜ ଝିଅ ସହ ଚାରିଦିନ ହେବ ଯୋଗାଯୋଗ ହେଇ ନପାରିବାରୁ ଆଉ ତାର ଫୋନ ବନ୍ଦ ଥିବାରୁ ଆଜି ଝିଅକୁ ଦେଖିବାକୁ ସୁନାପାଲି ଆସିବା ପରେ ଘର ବାହାର ପଟରୁ ବନ୍ଦ ଥିବା ବେଳେ ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ସହ ମିଶି ଧନୁପାଲି ପୋଲିସ କୁ ସୁଚନା ଦେଇଥିଲେ l ପରେ ଧନୁପାଲି ପୋଲିସ ମାଜିଷ୍ଟେଟ ଙ୍କ ଉପସ୍ଥିତି ରେ ବନ୍ଦ ଘର ର ତାଲା ଭଙ୍ଗା ଯିବା ପରେ ଘର ଭିତରୁ ମହିଳା ଓ ତାଙ୍କର ୨ ପୁଅ ଝିଅର ମୃତଦେହ ଖଟ ଉପରେ ପଡ଼ିଥିବା ଦେଖା ଦେଇଥିଲା l ମୃତ ମହିଳା ଜଣକର ନାମ ସାଜିଆ ପରବିନ ହୋଇଥିବା ବେଳେ ତାଙ୍କର ୧୨ ବର୍ଷିଅ ପୁଅ ଓ ୫ ବର୍ଷିୟ ଝିଅ ଙ୍କର ମଧ୍ୟ ମୃତଦେହ ଘର ଭିତରେ ପଡିଥିଲା l ଏଥିସହ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଛାନବିନ ଆରମ୍ଭ କରିଛି l ତେବେ କେଉ ପରିସ୍ଥିତିରେ ମୃତ ଦେହ ଏଠାରେ ଥିଲା ସେନେଇ ପୋଲିସ ଏସଡିପିଓ ଙ୍କ ସହ ଧନୁପାଲି ପୋଲିସ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି l ରିପୋର୍ଟ : ସରୋଜ ସାହୁ,ମାନସ ସାହୁ,
