ବିଧାୟକ ପାଇଁ ମନ୍ଦିରରେ ଦୀପ ପ୍ରଜ୍ବଳନ
ରାଉରକେଲା // 31/03/2023 // ଉତ୍କଳ ସମାଚାର ,// ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଙ୍କର ସୁସ୍ଥ ଜୀବନକାମନା କରି ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ବଳନ lଆଜି ଭୁବନେଶ୍ୱର ଗ୍ରସ୍ତରେ ଥିବା ମାନ୍ୟବର ବିଧାୟକ ସାରଦାପ୍ରସାଦ ନାୟକ ଙ୍କର କାମାକ୍ଷା ନିକଟରେ କାର ଦୁର୍ଘଟଣା ହୋଇଥିଲା l ପ୍ରଭୁଙ୍କ ଆଶୀର୍ବାଦ ରୁ ବିଧାୟକ ଏବଂ ରହିଥିବା ସହ କର୍ମୀ ମାନେ ସମ୍ପୂର୍ଣ ସୁସ୍ଥ ରହିଛନ୍ତି l ଏହିଖବର ପ୍ରଚାରିତ ହେଵା ପରେ ରାଉରକେଲା କର୍ମୀ ମାନେ ଅତ୍ୟନ୍ତ ଚିନ୍ତିତ ଥିବାବେଳେ ସନ୍ଧ୍ୟା ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର, ବାସନ୍ତୀ କଲୋନୀ ଠାରେ ମହିଳା ସଭାପତି ଜୋସନା ନାୟକ ଙ୍କ ନେତୃତ୍ୱରେ ନଗର ସଭାପତି ଗଗନ ପଣ୍ଡା, ବରିଷ୍ଠ ନେତା ସୁଦାମ ଦାଶ, ଜୟନ୍ତ କୁମାରମିଶ୍ର, ବାବୁଲି ଦାସ, ବୁବୁଲି ରାଉତ, ଭଞ୍ଜ ସିଂ, ଗଙ୍ଗା ଜେନା, ସୁନନ୍ଦା ସେନାପତି, ରବି ଜେନା, ଦଶରଥ ଜେନା, ପପୁ ମହାନ୍ତି, ଉଷା ଚାରଡିଆ, ସଂଯୁକ୍ତା ସିଂ, ପ୍ରିୟଙ୍କା ପ୍ରଧାନ, ତାପସ୍ୱନି ପରିଡା, ଜୋଶ୍ନା ସ୍ୱାଇଁ ସମତେ ପ୍ରଦୀପ ଉଜ୍ଜଳନ କରି ପୂଜା ଅର୍ଚନା କରାଯାଇ ଶ୍ରୀଯୁକ୍ତ ନାୟକ ଙ୍କ ସୁସ୍ଥ ଜୀବନ କାମନା କରିଥିଲେ l
