ରାଜଗାଙ୍ଗପୁର ମହୋତ୍ସବ ଝର ଝରା

ରାଜଗାଙ୍ଗପୁର // 29/4/23 //(ଉତ୍କଳସମାଚାର) // ରାଜଗାଙ୍ଗପୁର ମହୋତ୍ସବ ଝରଝରା 23 କୁ ପୂର୍ବତନ ମନ୍ତ୍ରୀ ଓ ସାଂସଦ ମଙ୍ଗଳା କିଷାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଝର ଝରା 23 କୁ ଉଦଘାଟନ କରିଥିଲେ l ଏହି ମହୋତ୍ସବରେ ସମ୍ମାନୀୟ ଅତିଥି ଭାବେ ଝାରସୁଗୁଡା ବିଧାୟିକା ଅଳକା ମହାନ୍ତି ପୌର ପାଳିକା ଅଧକ୍ଷା ମାଧୁରୀ ଲୁଗୁନ ମହୋତ୍ସବର ମୁଖ୍ୟ କର୍ଣଧାର ଡାକ୍ତର ସୁମନ ଦତ୍ତ ଓ ସୁଶୀଲ କୁମାର ପାଣିଗ୍ରାହୀ ଯୋଗଦେଇ ମଞ୍ଚ ଉପରେ ସ୍ଥାପିତ ପ୍ରଭୁ ଜଗନ୍ନାଥ ଙ୍କ ସମ୍ମୁଖ ରେ ଜ୍ୟୋତି ପ୍ରଯ୍ୟଳନ କରିଥିଲେ l ପ୍ରାରମ୍ଭରେ ନିର୍ମଳା ଇଂରାଜୀ ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସହ ନୃତ୍ୟ ପରିବେଷଣ କରାଯାଇଥିଲା l କମିଟିର ସାଧାରଣ ସମ୍ପାଦକ ଅଶୋକଦାସ ଅତିଥି ମାନଙ୍କ ପରିଚୟ କରିବା ପରେ ସଭାପତି ମୋହନ ଲାଲ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ l କମିଟିର ଉପସଭାପତି ବୀରେନ୍ଦ୍ର ନାଥ ରଥ ଓ ଇଫତିକାର ଅହମ୍ମଦ(ପକା ବାବୁ) କୋଷାଧକ୍ଷ ପବନ କୁମାର ଅଗ୍ରୱାଲ ଆଶଫକ ଅହମ୍ମଦ (ଗୁଡ଼ା ବାବୁ)ଜାଫର ମୋବିନ ଅହମ୍ମଦ ଶୁଶିଲ ଲାକ୍ରା ନିଜର ମତାମତ ବ୍ୟକ୍ତଥିଲେ lବିଜେଡି ବରିଷ୍ଠ କର୍ମୀ ଜିତୁଦାସ ଧନ୍ୟବାଦ ଅର୍ପଣ କରିଥିଲେ lଏହି ଝରଝରା ମହୋତ୍ସବ ରେ ବୁଲାନି ନୃତ୍ୟ ଦଳ ଦ୍ଵାରା ଓଡିଶୀ ଦିନମହମ୍ମଦ ଦଳ ରାଜସ୍ଥାନୀ ନୃତ୍ୟ ଭବାନୀପାଟଣା ରୁ ଆସିଥିବା ଘୁମୁରା ନୃତ୍ୟ  ଭଞ୍ଜନଗର ର ପଶୁ ନୃତ୍ୟ ରାଜଗାଙ୍ଗପୁର ଆମୋଦକର କଲୋନୀର ସମ୍ବଲପୁରୀ ନୃତ୍ୟ ପଶ୍ଚିମ ବଙ୍ଗ ର ବାଉଲ ନୃତ୍ୟ ରାଇକାକଛର ର ଆଦିବାସୀ ନୃତ୍ୟ ରାଜଗାଙ୍ଗପୁର ର ଆପନା କଳାକେନ୍ଦ୍ର ଶିବ ମହିମା ପରିବେଷଣ କରିଥିଲେ l

Leave a Reply

Your email address will not be published. Required fields are marked *