ଧୂଳୀଶ୍ଵର ବସ୍ତିଆଙ୍କ ପୂଣ୍ୟତିଥି ଓ ଏନ୍.ଏସ୍.ପି.ସି.ଏଲ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ

ରାଉରକେଲା,// 28/04/2023 // (ଉତ୍କଳ ସମାଚାର) //:ରିଖରେ ଏନ୍.ଏସ୍.ପି.ସି.ଏଲ କର୍ମଚାରୀ ସଂଘର ଆନୁକୁଲ୍ୟରେ ବିଶିଷ୍ଟ ସମାଜବାଦୀ ଶ୍ରମିକ ନେତା ସ୍ବର୍ଗତ ଧୂଳୀଶ୍ଵର ବସ୍ତିଆଙ୍କ ୫୭ ତମ ପୂଣ୍ୟତିଥି ପାଳନ ସହ ସଂଘ ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ୭ ଘଟିକା ରେ ରାଉରକେଲା ମଜଦୁର ସଭା ର ସହରାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏନ୍.ଏସ୍.ପି.ସି.ଏଲ କର୍ମଚାରୀ ସଂଘ ସମେତ ରାଉରକେଲା ମଜଦୁର ସଭା ଓ ହିନ୍ଦ୍ ମଜଦୁର ସଭା ଅନୁବନ୍ଧିତ ଶ୍ରମ ସଙ୍ଗଠନର ବହୁ କର୍ମକର୍ତ୍ତା, କର୍ମୀ ଓ ଏନ୍.ଏସ୍.ପି.ସି.ଏଲ ରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀ, ଠିକା ଶ୍ରମିକ ଯୋଗଦେଇ ଥିଲେ। ବରିଷ୍ଠ ଶ୍ରମିକ ନେତା ତଥା ରାଉରକେଲା ମଜଦୁର ସଭା ର ସଭାପତି ଶ୍ରୀ ଶଶଧର ନାୟକ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଧୂଳୀଶ୍ଵର ବସ୍ତିଆଙ୍କ ତ୍ୟାଗପୂତ ଜୀବନ ଶୈଳୀ ଓ ଶ୍ରମିକ ସ୍ବାର୍ଥ ରକ୍ଷା ନେଇ ସାଲିସ ବିହୀନ ସଂଗ୍ରାମ ଶ୍ରମ ଆନ୍ଦୋଳନ କ୍ଷେତ୍ରରେ ବିରଳ ବୋଲି ମତ ପ୍ରକାଶ କରିବା ସହ ଅଧିବେଶନ ତରଫରୁ ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ରାଉରକେଲା ମଜଦୁର ସଭା ର ସାଧାରଣ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ ଧୂଳୀଶ୍ଵର ବସ୍ତିଆଙ୍କ ସଫଳ ନେତୃତ୍ବରେ ରାଉରକେଲା ମଜଦୁର ସଭା ଇସ୍ପାତ ଓ ଅନ୍ୟାନ୍ୟ ଶିଳ୍ପ ରେ ଶ୍ରମିକ କର୍ମଚାରୀ ଙ୍କ ପାଇଁ ବହୁ ସୁବିଧା ସୁଯୋଗ ହାସଲ କରିପାରିଥିଲେ ବୋଲି ନିଜର ବକ୍ତବ୍ୟ ରେ ଉଲ୍ଲେଖ କରି ଆଜିର ଅବସ୍ଥାରେ ବସ୍ତିଆ ଜୀ ଙ୍କ ସ୍ମୃତି ଆମ ପାଇଁ ପ୍ରେରଣାଦାୟୀ ବୋଲି ମତ ଦେଇଥିଲେ। ବରିଷ୍ଠ ଶ୍ରମିକ ନେତା ତଥା ମଜଦୁର ସଭା ର ଉପଦେଷ୍ଟା ଶ୍ରୀ ଆନନ୍ଦ ଚନ୍ଦ୍ର ମହାନ୍ତି ଓ ଶ୍ରୀ ପ୍ରଭାକର ଚମ୍ପତିରାୟ ଅଧିବେଶନ ର ସଫଳତା କାମନା କରିବା ସଙ୍ଗେ ସଙ୍ଗେ ସାଂପ୍ରତିକ ପରିସ୍ଥିତିରେ ଶ୍ରମିକ କର୍ମଚାରୀ ଓ ଠିକା ଶ୍ରମିକ ନିଜର ନ୍ୟାୟସଙ୍ଗତ ଦାବୀ ହାସଲ ନେଇ ଏନ୍.ଏସ୍.ପି.ସି.ଏଲ କର୍ମଚାରୀ ସଂଘ କୁ ଆହୁରି ଶକ୍ତିଶାଳୀ କରନ୍ତୁ ବୋଲି ଆହ୍ବାନ କରିଥିଲେ। ପ୍ରାରମ୍ଭରେ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ କେଦାରନାଥ ଦାସ ସ୍ବାଗତ ଭାଷଣ ଦେବା ସହ ସଂପାଦକୀୟ ବିବରଣୀ ପାଠ କରି ବିଗତ ବର୍ଷ ରେ ସାଂଗଠନିକ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ ଓ ଆଗାମୀ ଦିନରେ ଶ୍ରମିକ କର୍ମଚାରୀ ମାନଙ୍କ ବାସଗୃହ, ସ୍ବାସ୍ଥ୍ୟ ସେବା, ଠିକା ଶ୍ରମିକଙ୍କ ନାନାବିଧ ସମସ୍ୟା କୁ ନେଇ ସଂଘ ନିରନ୍ତର ପ୍ରୟାସ କରିବ ବୋଲି ପ୍ରତିଶୃତି ଦେଇଥିଲେ। ସମ୍ମାନୀୟ ଅତିଥି ଓ ଉପସ୍ଥିତ ସମସ୍ତ ସଂଗଠନ ର ପ୍ରତିନିଧି ଓ ଅନ୍ୟମାନେ ଧୂଳୀଶ୍ଵର ବସ୍ତିଆଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସର୍ବଶ୍ରୀ କଳାକାର ସାହୁ, ସିଦ୍ଧେଶ୍ୱର ବଳ, ପ୍ରମୋଦ କୁମାର ଦାସ, ସତ୍ୟାନନ୍ଦ ବେହେରା, ମିନତୀ ବିଶ୍ବାଳ, ଦିଲ୍ଲୀପ କୁମାର ଜେନା, ଦିଗମ୍ବର ମହାନ୍ତି, ନୃପାନନ୍ଦ ନାୟକ, ରଞ୍ଜିତ ନାୟକ, ପତିତପାବନ ଜେନା,ପି.କେ.ରାଉତ,ବିଜୟ ରାଉତ, ବିଦେଶୀ ମୁନା,ଅପତାର ସିଂ, ପ୍ରଦୀପ ଦାସ, ସଂଜିବ ସାହୁ, ଜଗନ୍ନାଥ ପଣ୍ଡା, ରଂଜିତ କୁଜୁର, ବିକ୍ରମ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ଦିଲ୍ଲୀପ କୁମାର ଜେନା, ସୁଶାନ୍ତ ମହାନ୍ତି, ପ୍ରମୋଦ ଲାକ୍ରା, ରଂଜିତ ସାହୁ,ସଂଜୟ ଦାସ, ସୌମ୍ୟ ରଥ, ଅବନୀ ବଳ, ଅଜୟ ପାତ୍ର,ଶରତ ଚନ୍ଦ୍ର ଜେନା ଓ ଅନ୍ୟ ମାନେ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ। ଏହି ଅବସରରେ ସଂଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ଶ୍ରୀ ସୁବାସ ଚନ୍ଦ୍ର ବେହେରା ଙ୍କୁ ଉତ୍ତରୀୟ ପ୍ରଦାନ କରି ସଂବର୍ଧିତ କରାଯାଇଥିଲା ଶେଷ ରେ ସଂଘର ଉପସଭାପତି ଶ୍ରୀ ଦେବାଶିଷ ନାୟକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

Leave a Reply

Your email address will not be published. Required fields are marked *