ଆଜିଠୁ ରାଜଗାଙ୍ଗପୁର ମହୋତ୍ସବ ଝରଝରା 23
ରାଜଗାଙ୍ଗପୁର 27/4(ଉତ୍କଳ ସମାଚାର) ଆସନ୍ତା କାଳି ଠାରୁଆରମ୍ଭ ହେଉଛି ଦ୍ୱାଦଶ ବର୍ଷ ରାଜଗାଙ୍ଗପୁର ମହୋତ୍ସବ ଝରଝରା l. ଏଥି ପାଇଁ ସମସ୍ତ ପ୍ରସ୍ତୁତୀ ଅନ୍ତିମ ଚରଣରେ ପହଂଚି ଥିବା ବେଳେ ଆଗାମୀ 28 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଚାଲିବ ଏହି ମହୋତ୍ସବ l ପ୍ରଥମ ଦିନ ସକାଳ ବେଳାରେ ପ୍ରସିଦ୍ଧ ସୌବପୀଠ ଘୋଘର ଧାମରେ ପୂଜା ଅର୍ଚ୍ଚନା ପରେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସିଏସ ରାଜନ ଏକ୍କା ଙ୍କ ନେତୃତ୍ୟରେ ଏକ ମଶାଳ ଶୋଭାଯାତ୍ରା ବାହାରି ରାଜଗାଙ୍ଗପୁର ବିଜୁ ପଟନାଏକ ଛକ ଦେଇ ଓସିଏଲ ଜଗନ୍ନାଥ ମନ୍ଦିର ପହଂଚିବ l ସେଠାରେ ଡିସିବିଏଲ ଅଧିକାରୀ ମାନେ ମଶାଳ କୁ ସ୍ୱାଗତ କରି ଶୋଭାଯାତ୍ରାରେ ସାମିଲ ହେବେ l ସେଠାରୁ ଏହା ସ୍ଥାନୀୟ ଫୁଟବଲ ପଡିଆରେ ମହୋତ୍ସବ ସ୍ଥାନରେ ସ୍ଥାପିତ କରାଯିବ lମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ଉପ – ସଭାପତି ମଙ୍ଗଳା କିଷାନ, ସମ୍ମାନିତ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାଏକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ରାଇ,ବ୍ରଜରାଜନଗର ବିଧାୟକ ଶ୍ରୀମତୀ ଅଳକା ମହାନ୍ତି, ଡିସିବିଏଲ ଜାତୀୟ ମୁଖ୍ୟ ଅତ୍ପାଦନ ନିର୍ଦେଶକ ଗଣେଶ ଡବ୍ଲୁ ଝିରକୁନୁଆର, କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଚେତନ ଶ୍ରୀବାସ୍ତବ ଯୋଗଦେବାର କାର୍ଯ୍ୟ କ୍ରମ ରହିଛି l ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର ଗାଭିଲ ପରାଗ ହର୍ଷଦ, ସମ୍ମାନିତ ଅତିଥି ଭାବରେ ଏସପି ପ୍ରତ୍ୟୁଷ ଦିୱାକର, ଏଡିଏମ ଅଭିମନ୍ୟୁ ବେହେରା, ରବିନାରାୟଣ ସାହୁ, ଉପ- ଜିଲ୍ଲାପାଳ ଦାଶରଥୀ ସରାବୋ, ଏସଡିପିଓ ଅଭିଷେକ ପାଣିଗ୍ରାହୀ, ଜେଏସଡବ୍ଲୁ ୟୁନିଟ ହେଡ଼ ଅନିଲ ମିଶ୍ର ଯୋଗ ଦେବେ l ସେହିପରି ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ବାହାରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସମ୍ମାନିତ ଅତିଥି ଭାବରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜନ ଏକ୍କା, ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ରାଜଗାଙ୍ଗପୁର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ମାଧୁରୀ ଲୁଗୁନ, ରାଜଗାଙ୍ଗପୁର ବିଡ଼ିଓ ପିୟୁଷ ଲୁହାର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ତହସିଲଦାର ଇଜୁସ ବିନୟ କୁଲୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l
ଏହି ତିନି ଦିନ ବ୍ୟାପି ସ୍ଥାନୀୟ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଏବଂ ଏକାଧିକ ରାଜ୍ୟର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ରାଜସ୍ଥାନୀ ନୃତ୍ୟ, ବାଉଲ ନୃତ୍ୟ, ଶିବ ମହିମା, ଘୁମୁରା ନୃତ୍ୟ, ବିହୁ ( ଆସାମୀ ନୃତ୍ୟ), ପଶୁ ନୃତ୍ୟ, ଭାଙ୍ଗରା, କେଲି ଲୋକ ନୃତ୍ୟ, ହରିଆଣା ଲୋକ ନୃତ୍ୟ ସହିତ ଝାରଖଣ୍ଡର ଠେଟ ନାଗପୁରୀ ନୃତ୍ୟ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି l ଏହା ସହିତ ପ୍ରାୟ ଏକ ଶହରୁ ଉର୍ଦ୍ଧ ଷ୍ଟଲ ର ବ୍ୟବସ୍ଥା କରାଯାଇଛି l ଏହି ଷ୍ଟଲ ଗୁଡିକରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ପ୍ରକାରର ସାମଗ୍ରୀ ସହିତ ଖାଦ୍ୟ, ବସ୍ତ୍ର, ହସ୍ତକଳା ଶୋଭାପାଇବ l ଏହି ମହୋତ୍ସବ ଉପଭୋଗ କରିବା ପାଇଁ ସହରବାସୀ ଏବଂ ଅଖପାଖର ଜନସାଧାରଣ ଅପେକ୍ଷା କରି ରହିଛନ୍ତି l