ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କରସ୍ ଆସୋସିଏସନ ପକ୍ଷରୁ ସ୍ମାରକପତ୍ର

ରାଉରକେଲା, ୨୬/୪ (ଉତ୍କଳ ସମାଚାର):: ବିଏମ୍ଏସ୍ ପ୍ରତିବନ୍ଧିତ ଅଲ୍ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କରସ୍ ଆସୋସିଏସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଦ୍ବାରା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ହଜାର ହଜାର ସଂଖ୍ୟାରେ ଅଙ୍ଗନଓ୍ବାଡି କର୍ମୀମାନେ ଆଜି ରାଲ୍ଲିରେ ଆସି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତ ସରକାରଙ୍କ ବାଲବିକାଶ ପରିଯୋଜନା ଅନ୍ତର୍ଗତ ଦେଶରେ ୧୪ଲକ୍ଷ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ ସଂଖ୍ୟା ମିଶି ପ୍ରାୟ ୨୮ଲକ୍ଷ ଅଛନ୍ତି। ଯାହା ମାଧ୍ୟମରେ ଜୀବନ ସହିତ ଜଡିତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସେବା ଗର୍ଭବତୀ ମହିଳା, ଶିଶୁବତୀ ମହିଳାଙ୍କ ସମେତ ୬ମାସରୁ ୬ବର୍ଷ ପର୍ଯ୍ୟନ୍ତ ବାଳକ ବାଳିକାଙ୍କ ଦେଖାରଖା ସହିତ ପ୍ରାଥମିକ ଶିକ୍ଷାର ଶିକ୍ଷା ପ୍ରଦାନ କରାଯାଉଛି। 

         ଭାରତ ସରକାରଙ୍କ ମହିଳା, ବାଲବିକାଶ ବିଭାଗରେ କାର୍ଯ୍ଯ କରୁଥିବା ସମସ୍ତ ଅଙ୍ଗନଓ୍ବାଡି କର୍ମୀ, ସହାୟିକା ଓ ଅନ୍ଯାନ୍ଯ କର୍ମୀମାନଙ୍କ ନିଯୁକ୍ତି ନିୟମର ସଂଶୋଧନ କରି ରାଜକୀୟ କର୍ମଚାରୀ ଘୋଷଣା କରି ସମସ୍ତ ସୁବିଧା ଦିଆଯାଉ।

            ନୂଆ ଶିକ୍ଷା ନୀତି ଅନୁସାରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ପ୍ରାଥମିକ ବିଦ୍ୟାଳୟର ମାନ୍ଯତା ଦେଇ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ୬ ମସ ପ୍ରଶିକ୍ଷିତ ସହିତ ଆୟୁ ସୀମା ହଟାଯିବା ଓ ଉଚିତ୍ ସ୍ଥାନ ଦେଇ ଶ୍ରେଣୀ ନିର୍ଣ୍ଣୟ କରାଯାଉ। 

          ଭାରତୀୟ ଶ୍ରମ ସମ୍ମେଳନ – ୪୫ ଅଧିବେଶନ ଅନୁସାରେ ସମସ୍ତ ଅଙ୍ଗନଓ୍ବାଡି କର୍ମୀ, ସହାୟିକା ଓ ମିନି ସହାୟିକାଙ୍କୁ ସାମାଜିକ ସୁରକ୍ଷା ସହିତ ଇପିଏଫ୍, ଇଏସ୍ଆଇ ଏବଂ ଅନ୍ୟାନ୍ୟ ସୁବିଧା ମିଳୁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

           ଶିକ୍ଷା ଯୋଜନା ଆଧାରରେ ପ୍ରାଥମିକତା ଦେଇ ଆୟୁ ସୀମା ହଟାଯିବା ସହିତ ପଦୋନ୍ନତି ସୁନିଶ୍ଚିତ କରାଯାଉ। ସମସ୍ତ ପ୍ରଦେଶର ଗୋଟିଏ ନୀତି ଘୋଷଣା ସହିତ ଅନୁଭବ ଅନୁସାରେ ପଦୋନ୍ନତି ଦିଆଯାଉ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

       ଆୟୁସ୍ମାନ ଯୋଜନାରେ ବାର୍ଷିକ ୮ଲକ୍ଷ ଟଙ୍କାରୁ କମ୍ ଥିବା ଅଙ୍ଗନଓ୍ବାଡି କର୍ମୀ, ସହାୟିକା ଏବଂ ମିନି ସହାୟିକାଙ୍କୁ ଅନ୍ତର୍ଭୁକ୍ତ କରାଯାଉ। 

        ଭାରତ ସରକାରଙ୍କ ପୋଷଣ ଟ୍ରେକର ଏପ୍ ସହିତ ଅନ୍ଯାନ୍ଯ ଉପକରଣ ପ୍ରଦାନ କରାଯାଉ ଏବଂ ଉପକରଣ ଖରାପ ହେଲେ ମରାମତି କରାଯିବା ପାଇଁ ଉଲ୍ଲେଖ କରାଯାଇଛି। ରାଜ୍ୟର ଏପ୍ ସହିତ କେନ୍ଦ୍ରର ଏପକୁ ସଂଯୋଗ କରାଯାଉ ଏବଂ ଡାଟା ଏଣ୍ଟ୍ରିର କମିଶନ ମାସିକ ପ୍ରଦାନ କରାଯାଉ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। 

       ଶେଷରେ ଭାରତ ସରକାରଙ୍କ ମହିଳା, ବାଲବିକାଶ ଅନ୍ତର୍ଗତ ଆସିବାକୁଥିବା ସମସ୍ତ ଅଙ୍ଗନଓ୍ବାଡି କର୍ମୀ, ସହାୟିକା ଓ ମିନି ସହାୟିକାଙ୍କ ୫ଲକ୍ଷର ଦୁର୍ଘଟଣା ଓ ସ୍ବାସ୍ଥ୍ୟ ବୀମା କରାଯିବା ସହିତ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଲାଗୁ କରିବାକୁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *