କାସାଣ୍ଡ୍ରା ର ୪ଦିନିଆ ଜାତୀୟ ନାଟକ ଉତ୍ସବ ଉଦଯାପିତ

କେନ୍ଦୁଝର // 24/04/2023// (ଉତ୍କଳ ସମାଚାର): // କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା ସେଣ୍ଟର ଦ୍ୱାରା ଜାତୀୟ ନାଟକ ମହୋତ୍ସଵ ଏପ୍ରିଲ ୨୦ ରୁ ୨୩ ତାରିଖ ଯାଏଁ ଅନୁଷ୍ଠିତ ହୋଇ ଯାଇଛି। ଏହି ଚାରି ଦିନିଆ ନାଟ୍ୟଉତ୍ସବ ସ୍ଥାନୀୟ ମୁନିସିପାଲିଟି ଅଡିଟୋରୀୟମରେ ମଞ୍ଚସ୍ଥ ହୋଇ ଯାଇଛି। ଏହି ଚାରିଦିନିଆ ନାଟକ ମହୋତ୍ସବର ଉଦଘାଟନ ଦିବସରେ ଭୁବନେଶ୍ୱର ର ‘ଶତାବ୍ଦୀର କଳାକାର’ ନାଟ୍ୟ ସଂସ୍ଥା ଦ୍ୱାରା ନାଟକ ‘ଦଶାବତାର’ ମଞ୍ଚସ୍ଥ ହୋଇ ଥିଲା । ସେହିଭଳି ଏପ୍ରିଲ’୨୧ ରେ ‘ଭୋପାଳ’ ର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ରେଜିଙ୍ଗ ସୋସାଇଟି ଅଫ ଆର୍ଟ ଏଣ୍ଡ କଲଚର’ ଦ୍ୱାରା ନାଟକ ‘ମଜୁନୁ ଲାଉସମେଣ୍ଟ’ ମଞ୍ଚସ୍ଥ ହୋଇଥିଲା। ତୃତୀୟ ଦିନ କଲିକତାର ନାଟ୍ୟ ଅନୁଷ୍ଠାନ ‘ତିଲଜଲା କଳ୍ପନ’ ନାଟ୍ୟଗୋଷ୍ଠୀ ଦ୍ୱାରା ନାଟକ ‘ଏକକିତିର ଦିନଲିପି’ ମଞ୍ଚସ୍ଥ ହୋଇଥିଲା। ନାଟକ ଉତ୍ସବ ର ଶେଷ ଦିନ ଅର୍ଥାତ ୪ର୍ଥ ସନ୍ଧ୍ୟା ଏପ୍ରିଲ ୨୩ ତାରିଖ ରବିବାର ମଂଚସ୍ଥ ହୋଇଥିଲା ନାଟ୍ୟକାର ଚିନ୍ମୟ ଦାସ ପଟ୍ଟନାୟକ ଙ୍କ ନିର୍ଦେଶୀତ କାସାଣ୍ଡ୍ରା ର ନିଜସ୍ୱ ନାଟକ ‘କଥା ତ ଏତିକି’ । ଏହି ନାଟ୍ୟ ଉତ୍ସବରେ କାସାଣ୍ଡ୍ରା ର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ଧୀରେନ୍ଦ୍ର ରାଉତ, ସ୍ବର୍ଗତ ଗୟାଧର ଦାଶ, ସ୍ବର୍ଗତ ବନ ବିହାରୀ ପହି, ସ୍ବର୍ଗତ ଦେବାଶିଷ ପଟ୍ଟନାୟକ ଏବଂ ସ୍ବର୍ଗତ ବିରଞ୍ଚି ନାରାୟଣ ଦାସଙ୍କ ସ୍ମୃତିରେ ବରିଷ୍ଠ ନାଟ୍ୟ କଳାକାର ଘନଶ୍ୟାମ ମିଶ୍ର, କଳ୍ପତରୁ ଆଚାର୍ଯ୍ୟ, ବିଦ୍ୟାଧର ରାୟ, ଯୋଗେନ୍ଦ୍ର ମହାପାତ୍ର,ପରୀକ୍ଷିତ ମିଶ୍ର, ପ୍ରମୁଖଙ୍କୁ କାସାଣ୍ଡ୍ରା ସମ୍ମାନରେ ସମ୍ମାନିତ କରାଯାଇଛି।ନାଟକ ଉତ୍ସବ ର ଶେଷ ସନ୍ଧ୍ୟାର ଅତିଥି ଡିଏଫଓ ଶ୍ରୀ ଡି. ହଂସରାଜ ଏବଂ ସଦର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଏହି ସ୍ମୃତି ସମ୍ମାନ ଗୁଡିକ ପ୍ରଦାନ କରା ଯାଇ ଥିଲା।କାସାଣ୍ଡା ର ନିଜସ୍ୱ ନାଟକ ‘କଥା ତ ଏତିକି’ ର ନିର୍ଦ୍ଦେଶନା ଦେଇଥିଲେ ଚିନ୍ମୟ ଦାସ ପଟ୍ଟନାୟକ ।ଏହି ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିଶ୍ୱଜିତ ବେଜ,ମନଶ୍ୱେତା ମିଶ୍ର, ବିଦ୍ୟୁତଲତା ଓଝା, ଦେବଦର୍ଶନ ଦାଶ, ତୁଷାର ସାମନ୍ତ, ରବୀନ୍ଦ୍ର ସେଠୀ, ଆକାଶ ମହାପାତ୍ର, ଅମୂଲ୍ୟ ସାହୁ, ଅଶୋକ ମହାରଣା,ମନୋଜ ବେହେରା ଓ ସନ୍ଦୀପ ପଟ୍ଟନାୟକ।ନାଟକରେ ଅଭିନୀତ କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ବରିଷ୍ଠ ଓକିଲ ଅଶ୍ବିନୀ ପଟ୍ଟନାୟକ,କ୍ଲବ ର ସଭାପତି ଦେବବ୍ରତ ସ୍ୱାଇଁ,ଜିଲ୍ଲା ପ୍ରେସ କ୍ଲବ ସଭାପତି ନିରଂଜନ ନାୟକ, କ୍ଲବ ସମ୍ପାଦକ ମଳୟ ମହାପାତ୍ର ପ୍ରମୁଖ।
୪ଦିନ ବ୍ୟାପି ହୋଇଥିବା ଏହି ନାଟ୍ୟ ଉତ୍ସବ କୁ କେନ୍ଦୁଝର ସହର ର ନାଟ୍ୟପ୍ରେମୀ ମାନେ ମନ ଭରୀ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *