ବିଧବା ମହିଳା ଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ କରି ବୃଦ୍ଧ ଗିରଫ….

ନବରଙ୍ଗପୁର //ନରସିଂ ବାଘ // 19/.09./23. //ଉତ୍କଳ ସମାଚାର// ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ପାରଚିପାରା ଗ୍ରାମରେ ଜନେକ ବିଧବା ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ସହ ଗର୍ଭବତୀ କରିଥିବା ଅଭିଯୋଗ ଜଣେ ବୃଦ୍ଧଙ୍କୁ ଗିରଫ କରଥାଇଥିବା ଭଳି ଲଜ୍ଜାଜନକ ଘଟଣା ଘଟିଯାଇଛି ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।
ପ୍ରାପ୍ତ ସୂଚନା ଅନୁଯାୟୀ କୁନ୍ଦେଇ ଥାନା ଅନ୍ତର୍ଗତ ପାରଛିପାରା ଗ୍ରାମର ଅନିଲ ମିସ୍ତ୍ରୀଙ୍କ ପୁଅ ରାମପ୍ରସାଦ ମିସ୍ତ୍ରୀ ଙ୍କନିଜ ଘର ପାଖରେ ଏକ ଛେଳି ଫାର୍ମ କରିଛନ୍ତି। ଏହି ଫାର୍ମରେ କାମ କରିବା ପାଇଁ ସ୍ଥାନୀୟ ଗ୍ରାମର ୪୭ବର୍ଷୀୟ ବର୍ଷା(ଛଦ୍ମନାମ) ମହିଳାଙ୍କୁ ନିଯୁକ୍ତ ଦେଇଥିଲେ। ସଂପୃକ୍ତ ମହିଳାଙ୍କୁ ରାମ ପ୍ରସାଦ ବିଭିନ୍ନ ପ୍ରକାର ଆଶା ଦେଖାଇ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ବାରମ୍ବାର ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। କିଛି ମାସ ପରେ ବିଧବା ମହଳା ଜଣକ ଗର୍ଭବତୀ ଥିବା ଜାଣିବା ପରେ ସେ ରାମ ପ୍ରସାଦଙ୍କୁ କହିବାରୁ ରାମ ପ୍ରସାଦ ମହିଳା ଙ୍କୁ କହିଲେ ତୁ ଆଦୌ ଚିନ୍ତା କରିବା ଦରକାର ନାହିଁ ମୁଁ ତୋତେ ବିବାହ କରିବି। ଟେନସନ୍ ନେ ନାହିଁ। ଇତି ମଧ୍ୟରେ ମହିଳା ଜଣକ ସାତ ମାସର ଗର୍ଭବତୀ ଅଛନ୍ତି। ଏନେଇ ମହିଳା ଜଣକ ନ୍ୟାୟ ପାଇବା ପାଇଁ କୁନ୍ଦେଇ ଥାନାର ଦ୍ବାରସ୍ଥ ହୋଇ ରାମପ୍ରସାଦ ମିସ୍ତ୍ରୀ ଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି କେସ ନଂ ୮୬/୨୩ରେ ଏକ ମାମଲା ରୁଜୁ କରି ଘଟଣା ରେ ସଂପୃକ୍ତ ରାମ ପ୍ରସାଦକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଙ୍କ ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *