ଅତାବିରା ଝାନ୍ସୀନଗରରେ ଗଣେଶ ପୂଜା ଆୟୋଜିତ
ବରଗଡ,୧୯/୯ (ଖିରୋଜ ନାୟକ) (ଉତ୍କଳ ସମାଚାର): ବରଗଡ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର ସାତ ଝାନ୍ସୀନଗର ଠାରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ୱାରା ଗଣେଶ ଚତୁର୍ଥୀ ପୂଜା ଅନୁଷ୍ଠିତ ହୋଇଯାଇଛି | ଏଥିରେ ପଣ୍ଡିତ ଦିଲୀପ ରଥ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ସୁଧୀର ବେହେରା କର୍ତା ହୋଇଥିଲେ | ଚଳିତବର୍ଷ କୁ ନେଇ ଅଷ୍ଟମ ବର୍ଷ ହେବ ଗଣେଶ ଭଗବାନଙ୍କ ପୂଜା ହେଉଅଛି ଏବଂ ଏହି କମିଟିର ସ୍ଥାନୀୟ ଯୁବକମାନେ ଉକ୍ତ ପୂଜା ଆୟୋଜନ କରିଥାନ୍ତି ସେମାନେ ହେଲେ ଖିରୋଜ ନାୟକ, ଧୀରଜ ନାୟକ, ସାଲବେଗ,ଜି. ରାମବାବୁ,ରବୀନ୍ଦ୍ର, ସୁଧୀର ବେହେରା, ଆକାଶ ମେହେର,ଚନ୍ଦ୍ରଶେଖର ପ୍ରମୁଖ |