ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଙ୍କ ଜନସମ୍ପର୍କ ଯାତ୍ରା। ସମସ୍ୟା ସମାଧାନ ଉପରେ ଗୁରୁତ୍ୱ।
ରାଉରକେଲା,୧୮/୯ ୧୮/୯ (ଉତ୍କଳ ସମାଚାର): ସୋମବାର ଦିନ 10 ଘଟିକା ସମୟରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ସିଡିପିଓ ମମତା ଦେଇ, ଲାଠିକଟା ଜେଇ ପ୍ରଶାନ୍ତ ରାଉତ, ଆରଏସପି ଟାଉନ ଇଞ୍ଜିନିୟରିଂ ର ସିନିଅର ମ୍ୟାନେଜେର ସୁଧାକର ମୁନ୍ନି ଏବଂ ଅନ୍ୟ ଅଧିକାରୀ ମାନଙ୍କୁ ନେଇ ସେକ୍ଟର – 6 ଶାରଳା ବସ୍ତି, ସୁବାଷ ପଲ୍ଲୀ, ବୀରସୁରେନ୍ଦ୍ରସାଏ ପଲ୍ଲୀ, ରାଜୀବ ନଗର, ସେକ୍ଟର – 7 ନନା ବସ୍ତି, ବିନ ବସ୍ତି, ପାହାଡ଼ପୁର, ମୁଣ୍ଡାରୀ ବସ୍ତି ରେ ଥିବା ଲୋକ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଯଥା – ରାସ୍ତା, ଡ୍ରେନ, ଅଙ୍ଗନବାଡି ଘର, SHG ମା ମାନଙ୍କ ପାଇଁ ମିଶନ ଶକ୍ତି ଗୃହ ଓ ପିଇବା ପାଣି ର ବିଷୟରେ ବିସ୍ତୃତ ଆଲୋଚନା କରି ଅଧିକାରୀ ମାନଙ୍କୁ ତୁରନ୍ତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକର୍ମରେ ୟୁନିଟ ସଭାପତି ଶୀଯୁକ୍ତ ଦିଲ୍ଲୀପ କୁମାର ଦାସ ନେତୃତ୍ୱ ନେଇଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା – ସତ୍ୟାନନ୍ଦ ବେହେରା, ବିଧାୟକଙ୍କ ପ୍ରତିନିଧି ଭୂଷଣ ସେଠୀ, ରବିନାରାୟଣ ରାଉତ, ବିଘ୍ନେଶ୍ୱର ସ୍ୱାଇଁ, ବ୍ରଜ ସୁନା, ପ୍ରଶାନ୍ତ ପରିଡା, ପ୍ରଶାନ୍ତ ତରାଇ, ପ୍ରମୋଦ ବୋଇତି, ସନ୍ତୋଷ ବେହେରା, ଗୀତା ପଟ୍ଟନାୟକ ପ୍ରମୁଖ ବିଭିନ୍ନ ବସ୍ତିର ସମସ୍ୟା ଉପରେ ଆଲୋକପାତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଆଶିଷ ଜେନା, ମଧୁସୂଦନ ଦାସ, ଅମରା ଖଟୁଆ, ବିଜୟ ପ୍ରସାଦ, ଗଣେଶ ସିଂ, ଉତ୍ତମ ସହୂ, ବିରବଲ ତିର୍କି, ବିନୋଦ ମହାକୁଡ଼, ସତ୍ୟଜିତ ସ୍ୱାଇଁ, ପ୍ରମିଳା ବେହେରା, ଝୁନୁଲତା ସ୍ୱାଇଁ, ରୀତା ପାଢ଼ୀ, ଗୀତ ମହାନନ୍ଦ, ଦିଲ୍ଲୀପ ଲେଙ୍କା, ମଧୁ ନାୟକ, ଚନ୍ଦନ ଦୀପ, ସଚିନ ସୁନା ପ୍ରମୁଖ ବିଜୁ ଜନତାଦଳର କର୍ମୀ ମାନେ ଉପସ୍ଥିତ ରହି ଉକ୍ତ ଜନସମ୍ପର୍କ ଯାତ୍ରା କୁ ସଫଳ କରିଥିଲେ |