‘ଆପ୍‌ ହେ ସଚ୍ଚେ ବିଶ୍ୱକର୍ମା’ ପ୍ରୟାସ ଜରିଆରେ  ୧୬୨ ପ୍ରବୀଣ ଠିକାଦାରଙ୍କୁ ସମ୍ମାନିତ କଲା

ରାଜଗାଙ୍ଗପୁର,୧୮/୯ (ଉତ୍କଳ ସମାଚାର): ଡାଲମିଆ ଭାରତ ‘ଆପ୍‌ ହେ ସଚ୍ଚେ ବିଶ୍ୱକର୍ମା’ ପ୍ରୟାସ ଜରିଆରେ ସମଗ୍ର ପୂର୍ବାଞ୍ଚଳରେ ୧୬୨ ପ୍ରବୀଣ ଠିକାଦାରଙ୍କୁ ସମ୍ମାନିତ କଲା ଓଡ଼ିଶାରେ କମ୍ପାନୀର ବାର୍ଷିକ ବିଶ୍ୱକର୍ମା ପୂଜା ପାଳନ ଅବସରରେ ୫୭ଜଣ ବୟସ୍କ ଠିକାଦାରଙ୍କୁ ନିର୍ମାଣ ଶିଳ୍ପରେ ସେମାନଙ୍କର ମୂଲ୍ୟବାନ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା ଭାରତର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ଡାଲମିଆ ଭାରତ ଲିମିଟେଡ, ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ପାଳନ କରୁଥିବା ବାର୍ଷିକ ପରମ୍ପରା ‘ଆପ୍‌ ହେ ସଚ୍ଚେ ବିଶ୍ୱକର୍ମା’ର ଅଂଶବିଶେଷ ଭାବରେ ସମଗ୍ର ପୂର୍ବାଞ୍ଚଳରେ ୧୬୨ ଜଣ ଅଭିଜ୍ଞ ଠିକାଦାରଙ୍କୁ ସମ୍ମାନିତ କରିଛି । ଡାଲମିଆ ଭାରତର ‘ଆପ୍‌ ହେ ସଚ୍ଚେ ବିଶ୍ୱକର୍ମା’ ନିର୍ମାଣକାରୀମାନଙ୍କର ବହୁମୂଲ୍ୟବାନ ଅବଦାନକୁ ପ୍ରଶଂସା ଏବଂ ସ୍ୱୀକୃତି ଜଣାଇବା ଲକ୍ଷ୍ୟରେ ଏକ ପ୍ରୟାସ ହୋଇଛି, ଯେଉଁମାନଙ୍କର କୁଶଳୀହାତ ଅଗଣିତ ସ୍ୱପ୍ନର ବାସଗୃହକୁ ସାକାର ରୂପ ଦେବା ଏବଂ ଏହି ଶିଳ୍ପରେ ଅନ୍ୟ କୁଶଳୀ ବୃତ୍ତିଦାରୀଙ୍କୁ ମାର୍ଗଦର୍ଶନ କରିବାରେ ସହାୟକ ହୋଇଛି । ଓଡ଼ିଶାରେ ଏହି ପ୍ରୟାସ ପାଳନର ଅଂଶ ଭାବରେ ଡାଲମିଆ ସିମେଣ୍ଟ ପ୍ରତିନିଧିମାନଙ୍କ ଦ୍ୱାରା ୫୭ ଜଣ ଅଭିଜ୍ଞ ଠିକାଦାରଙ୍କୁ ସେମାନଙ୍କ ପରିବାର ସଦସ୍ୟ, ଡିଲର ଏବଂ ଠିକାଦାର ସମୁଦାୟଙ୍କର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବିଶିଷ୍ଟ ଠିକାଦାରଙ୍କୁ ଏକ ଟ୍ରଫି, ଏକ ଫଳକ ଏବଂ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଫଟୋ ଆଲବମ୍‌ ପ୍ରଦାନ କରାଯାଇଥିଲା, ଯେଉଁଥିରେ କୋଠା ନିର୍ମାଣ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଯାତ୍ରା ପ୍ରଦର୍ଶିତ ହୋଇଛି । ଚଳିିତ ବର୍ଷ ସ୍ୱତନ୍ତ୍ର ସମ୍ମାନ ପ୍ରଦର୍ଶନ କରିବାକୁ ଯାଇ ଡାଲମିଆ ସିମେଣ୍ଟ ମଧ୍ୟ ସେମାନେ ସମ୍ବର୍ଦ୍ଧନା ପାଇଁ ମନୋନୀତ ହୋଇଥିବା ଡିଲର ପଏଣ୍ଟଗୁଡିକର ରିଟେଲ ଆର୍ଚ ଗେଟ୍‌ଗୁଡିକରେ ସେମାନଙ୍କର ଫଟୋକୁ ସ୍ଥାନିତ କରିଥିଲା । ଏହି ଦୃଶ୍ୟ ସେହି ଅଭିଜ୍ଞ ଠିକାଦାରମାନଙ୍କୁ ସମ୍ମାନ ପ୍ରଦର୍ଶନ ସହିତ ଗ୍ରାହକ, ମିସ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ନିର୍ମାଣ ଦୃଶ୍ୟପଟ୍ଟକୁ ଏକ ସୁନ୍ଦର ରୂପ ଦେବା କ୍ଷେତ୍ରରେ ସେମାନଙ୍କର ଅବଦାନର ଗୁରୁତ୍ୱ ପ୍ରଦର୍ଶନ କରିବାର ପ୍ରୟାସ କରିଛି । ଅନ୍ୟ ଅନେକଙ୍କ ମଧ୍ୟରେ ସମୁତ୍‌ଥାନ ଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶ୍ରୀ ବିପ୍ର ସେଠୀ, ଯିଏ ଯୁବାବସ୍ଥାରୁ ନିର୍ମାଣ ଜରିଆରେ ତାଙ୍କ ସମୁଦାୟରେ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବାର ଦୃଢ ଇଛା ପୋଷଣ କରିଥିଲେ । କଠିନ ପରିଶ୍ରମ ଏବଂ ଏକାଗ୍ର ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁ ସ୍ୱତନ୍ତ୍ର ପ୍ରକଳ୍ପଗୁଡିକୁ ନିର୍ମାଣ କରି ଏବଂ ମାନଗତ ଦିଗ ପ୍ରତି ପ୍ରତିବଦ୍ଧତା ଅତୁଟ ରଖି ସେ ବେଶ୍‌ ସୁଖ୍ୟାତି ଅର୍ଜନ କରିଛନ୍ତି । ଜଣେ ନିର୍ମାଣ ସହାୟକ ଭାବରେ କାର୍ଯ୍ୟ ଆରମ୍ଭ କରି ପରିଶେଷରେ ବ୍ରହ୍ମପୁରରେ ଜଣେ ନାମୀ ଠିକାଦାର ପାଲଟିବା ସହିତ ୧୦ ଜଣ ମିସ୍ତ୍ରୀଙ୍କୁ ତାଲିମ ଦେଇଛନ୍ତି ଏବଂ ୧୦୦ରୁ ଅଧିକ କୋଠା ନିର୍ମାଣ ପୂର୍ଣ୍ଣାଙ୍ଗ କରିଛନ୍ତି, ଯେଉଁଥିରେ ଏକ ସରକାରୀ ବିଦ୍ୟାଳୟ ରହିଛି । ଏହି ଅବସରରେ ଉଲ୍ଲେଖ କରି କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି, “ଡାଲମିଆ ଭାରତ ଏହି ପ୍ରୟାସ କାର୍ଯ୍ୟକାରୀ କରି ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି, କାରଣ ଏହା କାରିଗରୀ, ଏକତା ଏବଂ ସମ୍ମାନବୋଧ ଭଳି କମ୍ପାନୀର ମୂଳ ମୂଲ୍ୟବୋଧକୁ ଅଧିକ ଦୃଢୀଭୁତ କରୁଛି । ଭଗବାନ ବିଶ୍ୱକର୍ମା କାରିଗରୀ ଏବଂ କୁଶଳତାର ଦେବତା ଭାବରେ ବିଶେଷ ଗୁରୁତ୍ୱ ବହନ କରୁଛନ୍ତି । ଏହି ଅନନ୍ୟ ବ୍ୟକ୍ତିବିଶେଷଙ୍କୁ ଏହି ଦିବସରେ ସମ୍ମାନ ଓ ସ୍ୱୀକୃତି ଜଣାଇବା, ସେମାନଙ୍କ କାରିଗରୀ ଏବଂ ବୈଷୟିକ ବିଦ୍ୱତାକୁ ସ୍ୱୀକୃତି ଜଣାଇବାର ନିଦର୍ଶନ ହୋଇଛି ଏବଂ ଏହା ନିର୍ମାଣ ଶିଳ୍ପରେ ସେମାନଙ୍କର ଦୀର୍ଘସ୍ଥାୟୀ ପ୍ରଭାବ ସମ୍ପର୍କରେ ଆଲୋକପାତ କରୁଛି । ନିର୍ମାଣ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ମାନ ପ୍ରଦର୍ଶନ ଏବଂ ଏକ ଦଳଗତ ଭାବଧାରା ପରିପୋଷଣ କରିବା ନିମନ୍ତେ ଆମେ ପ୍ରତିବର୍ଷ ଏହି ପରମ୍ପରା ବଜାୟ ରଖିବା ଆଶା କରୁଛୁ ।”ସମଗ୍ର ପୂର୍ବାଞ୍ଚଳରେ ଠିକାଦାର ସମୁଦାୟଙ୍କ ମଧ୍ୟରେ ଏକ ସୁଖଦ ଅନୁଭବ ସୃଷ୍ଟି ନିମନ୍ତେ ଡାଲମିଆ ଭାରତ ୨୦୨୦ରୁ ଏହି ପ୍ରୟାସ କାର୍ଯ୍ୟକାରୀ କରିଆସୁଛି । ଏହା କାର୍ଯ୍ୟକାରୀ କରାଯିବା ଦିନଠାରୁ ଏହାର ପ୍ରଭାବ ଏବଂ ପହଞ୍ଚ କ୍ରମଶଃ ପରିବ୍ୟାପ୍ତ ହେବାରେ ଲାଗିଛି । ଚଳିତ ବର୍ଷ ଏହି ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ପ୍ରବୀଣ ଠିକାଦାରଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ଓ ସ୍ୱୀକୃତି ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *