ଏସ୍‌ପିସିବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ପାଳିତ

ରାଉରକେଲା, ୧୮/୯ (ଉତ୍କଳ ସମାଚାର): : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ(ଏସ୍‌ପିସିବି) ରାଉରକେଲା ଆଂଚଳିକ ଶାଖା ପକ୍ଷରୁ ବିଶ୍ୱ ଓଜୋନ ଦିବସ ଆଜି ବିଭାଗୀୟ ସମ୍ମିଳନୀକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକ ଅଧ୍ୟକ୍ଷତା କରିବା ସହ ଏହି ଦିବସର ତାତ୍ପର୍ଯ୍ୟ ସଂପକର୍ରେ ଆଲୋକପାତ କରିଥିଲେ । ଓଜୋନ ସ୍ତରକୁ ସ୍ଥିର ରଖିବା ସହ ଜଳବାୟୁ ପରିବର୍ତ୍ତନ ହ୍ରାସ ପାଇଁ ସେ ଆହ୍ୱାନ ଦେଇଥିଲେ l କଳ କାରଖାନାର ପ୍ରଦ୍ୟୁଷଣ ମାତ୍ରା କୁ ନିୟନ୍ତ୍ରଣ କରିବା, ଇନ୍ଧନଯୁକ୍ତ ଯାନବାହନ ବ୍ୟବହାର ହ୍ରାସ କରି ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବା, ପୁରୁଣା ଫ୍ରିଜ ବଦଳାଇ ନୂତନ ବୈଷୟିକ ଫ୍ରିଜ ବ୍ୟବହାର କରିବା, ପ୍ରଦ୍ୟୁଷଣ ନିୟମ ମାନିବା ପାଇଁ ପରାମର୍ଶ ଦେଇଥିଲେ l ବିଶେଷ କରି  ସନ୍ତୁଳିତ ପରିବେଶ ପାଇଁ ଆମ ଜୀବନ ଶୈଳୀ ଓ ଅଭ୍ୟାସ ର ପରିବର୍ତନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ପ୍ରତ୍ୟେକ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ, ଇଂ ରଜତ କୁମାର ସେଠି, ସହକାରୀ ପରିବେଶ ଯନ୍ତ୍ରୀ ଇଂ ପ୍ରିତମ କୁମାର ପତି ଓ ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି ଉପସ୍ଥିତ ରହି ବକ୍ତବ୍ୟ ରଖିଥଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ବିଭିନ୍ନ କଳ କାରଖାନା ରୁ ଆସିଥିବା ପ୍ରତିନିଧିମାନେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ସେମାନଙ୍କ ଶିଳ୍ପ ସଂସ୍ଥା ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କ ରେ ସୂଚନା ଦେଇଥିଲେ l ବିଭାଗୀୟ ସହକାରୀ ପରିବେଶ ଯନ୍ତ୍ରୀ ଇଂ ସୌମ୍ୟ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ଓଏସଡି ବିଭୁତି ଭୂଷଣ ମହନ୍ତ ଙ୍କ ସମେତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ । ଏହି ଦିବସ ପାଳନ ଅବସରରେ ଆଜି ପୂର୍ବାହ୍ନ ରେ ସେକ୍ଟର – 6 ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l

Leave a Reply

Your email address will not be published. Required fields are marked *