ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ପେଣ୍ଡାଲ ସହ ମୂର୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ରାଉରକେଲା, ୧୮/୯ (ଉତ୍କଳ ସମାଚାର): ଇସ୍ପାତ ସହର ରାଉରକେଲାରେ ଗଣେଷ ପୂଜାକୁ ନେଇ ବିଭିନ୍ନ ପୂଜା କମିଟି ଓ କ୍ଲବ , ଅନେକ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ତୋରଣ ଦ୍ୱାରା , ପେଣ୍ଡାଲର ନିର୍ମାଣ କରାଯିବା ସହ ଭବ୍ୟ ମୂର୍ତିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଚିଂଛି । ଆସନ୍ତାକାଲି ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ସଂଗଠନ, ବିଭିନ୍ନ କାର୍ଯ୍ୟାଳୟରେ ବିଘ୍ନ ବିନାସକ ଗଣେଷଙ୍କ ପୂଜାକୁ ନେଇ ପ୍ରସ୍ତୁତି ଜୋରରେ ଚାଲିଛି । ଏହା ସହ ବିଭିନ୍ନ ସ୍କୁଲରେ ସକାଳେ ପୂଜାର୍ଚ୍ଚନା କରାଯିବା ସହ ପୂଷ୍ପାଞ୍ଜଳୀ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି । ବିଶେଷ କରି ରାଉରକେଲା ସିଭିଲ ଟାଉନସିପ୍ ଅଚଂଳରେ  ଗଣେଷ ପୂଜା ପ୍ରତିବର୍ଷ ଧୁମଧାମରେ ପାଳନ ହେଉଥିବାବେଳେ ଚଳିତବର୍ଷ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତବର୍ଷ ଏହା ୩୦ ବର୍ଷରେ ପଦାର୍ପଣ କରିଛି । କୋଲକତାର ବାଉଁଶର କଳା, କରାଯିବା ସହ ହୁଗୁଲି ପତ୍ର ଆକୃତିର ତୋରଣକୁ ଆକର୍ଷଣୀୟ ଢ଼ଙ୍ଗରେ ପ୍ରସ୍ତୁତ କରାଯାଉଛି । ପରିବେଶକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ପ୍ରଭୁ ବିନାୟକଙ୍କ ମୂର୍ତି ପ୍ରସ୍ତୁତ କରାଯାଇଥିବାବେଳେ ବିଶେଷ ଦୃଷ୍ଟି ଦିଆଯାଇଛି । ରାଉରକେଲାର ପ୍ରସିଦ୍ଧ ଶିଳ୍ପୀ ବାବୁଲିଙ୍କ ଦ୍ୱାରା ୧୪ ଫୁଟର ଆକର୍ଷଣୀୟ ମୂର୍ତି ନିର୍ମାଣ କରାଯାଇଛି । ସିଭିଲଟାଉନସିପ୍ ଗଣେଷ ପୂଜା କମିଟିର ସଂପାଦକ ବିକାଶ ଶର୍ମା, କହିଛନ୍ତି ଯେ, ପଶ୍ଚିଂମ ବଙ୍ଗର ଚନ୍ଦନପୁର ଅଚଂଳରୁ ଆସିଥିବା କାରିଗର ତୋରଣକୁ ଆକର୍ଷଣୀୟ କରିଛନ୍ତି । ପୂଜା ସକାଶେ ୨୦ ଲକ୍ଷ ଟଙ୍କା ବ୍ୟୟ ଆକଳନ କରାଯାଇଛି । ଏହା ସହ ମୀନାବଜାର, କଳାକୁଞ୍ଜର ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରତିଦିନ ଭକ୍ତମାନଙ୍କ ପାଇଁ ପ୍ରସାଦ ବିତରଣର ବ୍ୟବସ୍ଥା କରାଯାଇଛି । ସେହିପରି ବାସନ୍ତୀ କଲୋନୀ ହେଲପେଜ ଗଣେଷ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ବେତନାମ ନିର୍ମାଣ କରାଯିବା ସହ  ଆକର୍ଷଣୀୟ ମୂର୍ତି ନିର୍ମାଣ କରାଯାଇଛି । ସେହିପରି ଛେଣ୍ଡ ବ୍ରାଇଟ୍ ଲାଇନ ୱେଲଡେଫୟାର ଗଣେଷ ପୂଜା କମିଟି ପକ୍ଷରୁ ପୁରୀ ମନ୍ଦିର ଆକୃତିର ତୋରଣ ଦ୍ୱାରା ଓ ପେଣ୍ଡାଲ ନିର୍ମାଣ କରାଯିବା ସହ ଗୋଲେଡ଼ନ ମୋତିର ମୂର୍ତି ନିର୍ମିତ ହୋଇଛି । ସେହିପରି ପାୱାର ହାଉସ ରୋଡ଼ ବାଲଗୋପାଳ ଗଣେଷ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମୂର୍ତି ଓ ପେଣ୍ଡାଲର ନିର୍ମାଣ କରାଯିବା ସହ ମୀନା ବଜାର ଓ ମେଳା ଆୟୋଜନ କରାଯାଇଛି । ସେହିପରି ପାୱାର ହାଉସ ଛକ, ଶିବାଜୀ ମାଗ ଗଣେଷ ପୂଜା କମିଟି ପକ୍ଷରୁ ବୈଦନାଥ ଧାମ ଆକୃତିର ମନ୍ଦିର ର ପେଣ୍ଡାଲ ଓ ମୂର୍ତି ନିର୍ମାଣ କରାଯାଇଛି ।

Leave a Reply

Your email address will not be published. Required fields are marked *