୨୫ ତାରିଖରେ ସ୍ବରାଗିଣୀ ତରଫରୁ ଖୁଦୁରୁକୁଣୀ ମେଳଣ ଅନୁଷ୍ଠିତ ହେବ 

ରାଉରକେଲା ,୧୮/୯ (ଉତ୍କଳ ସମାଚାର): ରାଉରକେଲା ସହରର ସଂଗୀତ ଓ ସାମାଜିକ ଅନୁଷ୍ଠାନ “ସ୍ବରାଗିଣୀ” ପଖ୍ଯରୁ ଏ ବର୍ଷର ଖୁଦୁରୁକୁଣୀ ମେଳଣ ଅନୁଷ୍ଠିତ ହେବ ବୋଲି ଆଜି ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି | ଏହି ଖୁଦୁରୁକୁଣୀ ମେଳନରେ ରାଉରକେଲାର ଖୁଦୁରୁକୁଣୀ ମେଢମାନ ଭାଗ ନେବାର କାର୍ଯ୍ଯକ୍ରମ ରହିଛି | ମେଳନରେ ସ୍ଥାନ ପାଇଥିବା ଖୁଦୁରୁକୁଣୀ ମୂର୍ତ୍ତିଙ୍କ ମଧ୍ଯରୁ ଶ୍ରେଷ୍ଠ ବିବେଚିତ ମୂର୍ତ୍ତିଙ୍କୁ ପୁରସ୍କ୍ରୁତ କରାଯିବା ସହିତ ମାନପତ୍ର ପ୍ରଦାନ କରାଯିବ | ପ୍ରତିଯୋଗୀତାରେ ପ୍ରଥମ, ଦ୍ବିତିୟ ଓ ତ୍ରୁତୀୟ ସ୍ଥାନ ଅଧିକାର କରିଥିବା ଖୁଦୁରୁକୁଣୀ ମେଢ଼ଙ୍କୁ ପୁରସ୍କ୍ରୁତ କରାଯିବାର କାର୍ଯ୍ଯକ୍ରମ ରହିଛି ବୋଲି ପ୍କାଶ କରାଯାଇଛି| ଏହି ସାମ୍ବାଦିକ ସମ୍ମିଳନୀରେ “ସ୍ବରାଗିଣୀ”ର ସଭାପତି ପ୍ରଫୁଲ୍ଲ କୁମାର ମଙ୍ଗଳଙ୍କ ସମେତ ଉପ-ସଭାପତି ସ୍ବର୍ଣ୍ନପ୍ରଭା ପଲାଇ, କାର୍ଯ୍ଯକାରୀ ସଭାପତି ମମତାଞ୍ଜଳୀ ଦାସ, ସାଧାରଣ ସମ୍ପାଦିକା ପୁଷ୍ପଲତା ବିଶ୍ବାଳ, ସହ-ସମ୍ପାଦିକା ରଶ୍ମିରାଣୀ ନାୟକ, କୋଷାଧ୍ଯଖ୍ଯା ଦିପ୍ତୀ ନାୟକ, ସହ-କୋଷାଧ୍ଯଖ୍ଯା ସୁନୀତା ବିଶ୍ବାଳ, ଉପଦେଷ୍ଟା ସାଗରୀକା ସାହାଣୀଙ୍କ ସହ ରୂପା ଜ୍ଯୋତି, ପଦ୍ମାରାଣୀ ବେହୁରା, ବିଷ୍ନୁପ୍ରିୟା ସାହୁ, ଉର୍ମିଳା ପରିଡ଼ା, ପ୍ରତିମା ବେହେରା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *