ଆକ୍ସନ ମୋଡ଼ରେ ସମ୍ବଲପୁର ପୋଲିସ ବଡୁଛି ଗିରଫଦାରୀ ସଂଖ୍ୟା, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପାଇଁ ହେଲା ସ୍ୱତନ୍ତ୍ର ବୈଠକ l

ସମ୍ବଲପୁର //୧୭/୪ // (ଉତ୍କଳ ସମାଚାର):  // ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥର ମାଡ଼ ଓ ଦୋକାନ ପୋଡା ଜଳ ଘଟଣାରେ ଏବେ ଆକ୍ସନ ମୋଡ଼ରେ ସମ୍ବଳପୁର ପୋଲିସ l ଗତକାଲି ପଥର ମାଡ଼ ଘଟଣାରେ 26 ଜଣକୁ ଗିରଫ କରାଯଇଥିବା ବେଳେ ଦୋକାନ ପୋଡାଜଳା ଘଟଣାରେ 53 ଜଣକୁ ପୋଲିସ ଗିରଫ କରିଥିଲା l ପରେ ପୋଲିସ ଡିଜି ସମ୍ବଲପୁର କୁ ଆସି ସ୍ଥିତିର ସମୀକ୍ଷା କରିବା ପରେ ସମ୍ବଲପୁର ପୋଲିସ ଦୋକାନ ପୋଡାଜଳା ଓ ପଥର ମାଡ ଘଟଣାରେ ଉଭୟ ପକ୍ଷର ଆଉ 6 ଜଣକୁ ଗିରଫ କରିଥିବା ବେଳେ ଏବେ ମୋଟ ଗିରଫଦାରି ସଂଖ୍ୟା 85 ରେ ପହଞ୍ଚିଛି l ପୋଲିସ ଘଟଣା ଘଟିଥିବାର ତଥ୍ୟ ଓ ଭିଡିଓ କୁ ଯାଞ୍ଚ କରି ହିଂସା ଘଟାଇ ଥିବା ଲୋକଙ୍କୁ ଚିହ୍ନଟ କରି ଏହି ଗିରଫଦାରି ପକ୍ରିୟା ଆଗକୁ ଜାରି ରହିବ ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି l ଅନ୍ୟପଟେ ଗତ 13 ତାରିଖ ରୁ ସମ୍ବଲପୁର ଜିଲ୍ଲାରେ ବନ୍ଦ ଥିବା ଇଣ୍ଟରନେଟ ସେବାର ଅବଧି କୁ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି l ଏଥିସହିତ ଆଜି ପୋଲିସ ଆଇଜି କାର୍ଯ୍ୟାଳୟରେ ପୋଲିସ ଡିଜି, ଆଇଜି, ଜିଲ୍ଲା ପ୍ରଶାସନ ର ପଦା ଅଧିକାରୀ ଓ ମାଜିଷ୍ଟ୍ରେଟ ମାନଙ୍କୁ ନେଇ ସହରରେ ଶାନ୍ତି ବାତାବରଣ କିଭଳି ଫେରି ପାଇବ ସେନେଇ ଆଲୋଚନା କରାଯାଇଥିଲା l ଏହି ବୈଠକରେ ସହରରେ ବର୍ତମାନ ସୁରକ୍ଷା ବନ୍ଦୋବସ୍ତ ପାଇଁ ନିଆଯାଇଥିବା ବ୍ୟବସ୍ଥା ପାଇଁ ମଧ୍ୟ ସମୀକ୍ଷା କରାଯାଇଥିଲା l

Leave a Reply

Your email address will not be published. Required fields are marked *