ଏସପି କାର୍ଯ୍ୟାଳୟ ରେ ସମ୍ବଲପୁର ସହର ର ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି

ସମ୍ବଲପୁର //16/04/2023  //(ଉତ୍କଳ ସମାଚାର): // ସମ୍ବଲପୁର ସହରରେ କର୍ଫୁର ସ୍ଥିତ ନେଇ ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ରାଜ୍ୟ ପୋଲିସ ଡିଜି ସୁନୀଲ ବଂଶଳ ସମୀକ୍ଷା କରିଛନ୍ତି l ଗତକାଲି ଠାରୁ ସମ୍ବଳପୁର ଗସ୍ତରେ ଥିବା ପୋଲିସ ଡିଜି ଗତକାଲି ଓ ଆଜି ସହରର ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି l ପରେ ଏସପି କାର୍ଯ୍ୟାଳୟ ରେ ଏଡିଜି ଗୁଇନ୍ଦା , ଏଡିଜି ଆଇନ ଶୃଙ୍ଖଳା, ପୋଲିସ ଆଇଜି, ସମ୍ବଲପୁର ଏସପି ଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି l ପରେ ପୋଲିସ ଡିଜି କହିଛନ୍ତି ଯେ ଗତକାଲି ଠାରୁ ଲାଗୁ ହୋଇଥିବା କର୍ଫୁ ପରେ ସହରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ କୌଣସି ହିଂସା ଘଟଣା ଘଟି ନାହିଁ l ତେବେ ପରିସ୍ଥିତି ଠିକ ରହିଲେ ଆଗାମୀ ଦୁଇ ଦୀନ ମଧ୍ୟରେ କର୍ଫୁ କୁ ପ୍ରତିହାର କରାଯିବ ବୋଲି ପୋଲିସ ଡିଜି ସୁନୀଲ ବଂଶଳ କହିଛନ୍ତି l

Leave a Reply

Your email address will not be published. Required fields are marked *