ଅଶାନ୍ତ ହୋଇ ପଡିଥିବା ସମ୍ବଲପୁର ରେ ଲାଗିଲା କର୍ଫ୍ୟୁ l
ସମ୍ବଲପୁର //15/04/2023 //(ଉତ୍କଳ ସମାଚାର): // ସମ୍ବଲପୁର ରେ ଗତକାଲି ରାତି ୧୨ ଟାରୁ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ l ସ୍ୱାଭାବିକ ସ୍ଥିତି ନ ଫେରିବା ପର୍ଯ୍ୟନ୍ତ ଇଣ୍ଟେର୍ନେଟ ସେବା ବନ୍ଦ ରହିବ l ସେପଟେ ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ସମ୍ବଲପୁର ଜ଼ିଲ୍ଲାପାଳ ଏବଂ ଏସପି ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପୁଣି ଆଉ ଥରେ ଅଶାନ୍ତ ହୋଇପଡ଼ିଲା ସମ୍ବଲପୁର l କିଛି ଅସାମାଜିକ ବ୍ୟକ୍ତି ସମ୍ବଲପୁର ସହରର ଗୋଲବଜ଼ାର, ଗେଟି ଟକିଜ ରୋଡ଼, ନୂଆପଡା, ସାକ୍ଷୀପଡା ଓ ବୁଢାରଜା ଅଞ୍ଚଳରେ ଦୋକାନ ଭାଙ୍ଗିବା ସହ ପୋଡା ଜଳା କରିଥିଲେ l ଯାହାକୁ ନେଇ ସମ୍ବଲପୁର ବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି l ସହର ସାରା ପୋଲିସ ଛାଉଣୀ ହୋଇଥାଇ ମଧ୍ୟ ଏତେବଡ ଦଙ୍ଗା କିପରି ହେଲା ବୋଲି ପୋଲିସ ଉପରେ ପ୍ରଶ୍ନ ଉଠିଛି l ସେପଟେ ଏହି ସବୁ ସ୍ଥିତିକୁ ଦେଖି ଜ଼ିଲ୍ଲା ପ୍ରଶାସନ କର୍ଫ୍ୟୁ ଲଗାଇଥିବା ଜ଼ିଲ୍ଲାପାଳ କହିଛନ୍ତି l ଜରୁରୀ ସେବାପାଇଁ ସକାଳ 8 ଟା ରୁ 10 ଓ ଅପରାହ୍ନ 3.30 ମିନଟ ରୁ 5.30 ମିନିଟ ପର୍ଯ୍ୟନ୍ତ କୋହଳ କରାଯାଇଛି l ଏହି ସମୟରେ ଲୋକେ ତାଙ୍କ ଜରୁରୀ କାର୍ଯ୍ୟ କରି ପାରିବେ l ସହର ସାରା ୪୬ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି l ପୋଲିସ ସହର ସାରା ପଇଁତରା ମାରୁଥିବା ବେଳେ ପୁରା ସମ୍ବଲପୁର ଜିଲ୍ଲାକୁ ସିଲ କରି ଦିଆଯାଇଅଛି l ସେପଟେ ଜଳାପୋଡା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ 6 ଜଣଙ୍କୁ ଗିରଫ କରିଥିବା ବେଳେ ଗତକାଲି ହୋଇଥିବା ହତ୍ୟାକାଣ୍ଡ ଘଟଣାରେ 1 ଜଣଙ୍କୁ ଗିରଫ କରିଥିବା ନେଇ ଏସପି ସୂଚନା ଦେଇଛନ୍ତି lତେବେ ଅପରପକ୍ଷରେ ଆଜି ଠାରୁ ସମ୍ବଲପୁର ଜିଲ୍ଲାରେ ବନ୍ଦ ଥିବା ଇଣ୍ଟରନେଟ ସେବା ର ଅବଧିକୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି l ଆଗାମୀ ୧୭ ତାରିଖ ଦିନ ୧୦ ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ଜିଲ୍ଲା ପାଇଁ ବନ୍ଦ ରହିବ l ଅନ୍ୟପଟେ ସହରରେ କର୍ଫ୍ୟୁ ଲାଗୁ ହେବାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଓକିଲ ସଂଘ ତଥା ଜିଲ୍ଲା ବିଜେଡ଼ି ର ପୂର୍ବତନ ସଭାପତି ଡକ୍ଟର ପ୍ରମୋଦ ରଥ l ସେ ଏକ ସାମ୍ବାଦିକ ସମ୍ବିଳନିରେ ଆଜି କହିଛନ୍ତି ଯେ ସହରରେ କର୍ଫ୍ୟୁ ଲାଗୁ ହେବା ପରେ ସ୍ୱାଭାବିକ ପରିସ୍ଥିତି ତଥା ଶାନ୍ତି ଫେରାଇବା ପାଇଁ ପ୍ରଶାସନ ପଦକ୍ଷେପ ନେଉ l ଏହାସହ ଗତ ୧୨ ତାରିଖ ହନୁମାନ ଜୟନ୍ତୀ ବାଇକ ସୋଭାଯାତ୍ରା ସମୟରେ ହୋଇଥିବା ପଥର ମାଡ଼ ଘଟଣାରେ ଦୋଷି ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆଜି ଦାବି କରିଛନ୍ତି ଗତ 12 ତାରିଖ ରୁ ଅଶାନ୍ତ ହୋଇ ରହିଥିବା ସମ୍ବଲପୁର ସହରରେ ପ୍ରଥମେ ଇଣ୍ଟରନେଟ ସେବା ବନ୍ଦ ଓ ଆଜି ଠାରୁ କର୍ଫ୍ୟୁ ଲାଗୁ ହେବା ପରେ ପରିସ୍ଥିତି କୁ ସ୍ୱାଭାବିକ କରିବା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚେଲେଞ୍ଜ ସୃଷ୍ଟି କରୁଛି lସରୋଜ ସାହୁ ଓ ମାନସ ସାହୁ ଙ୍କ ରିପୋର୍ଟ
