ନିଖିଳ ଉତ୍କଳ ଗୃହ ମଜଦୁର ସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।
ରାଉରକେଲା //-16/06/2023 //(ଉତ୍କଳ ସମାଚାର) // ନିଖିଳ ଉତ୍କଳ ଗୃହ ମଜଦୁର ସଭା ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଛି।। ଆଜି ଅନ୍ତର୍ଜାତୀୟ ଘରୋଇ କର୍ମୀ ଦିବସ ଅବସରରେ, ଘରୋଇ କର୍ମୀମାନେ ବିଭିନ୍ନ ଘରେ କାମ କରୁଥିଲେ ମଧ୍ୟ, ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ, ସାମାଜିକ ସୁରକ୍ଷା ଏବଂ ଅନ୍ଯାନ୍ଯ ସୁବିଧା ସୁଯୋଗ ମିଳୁ ନାହିଁ। ନୂତନ ଶ୍ରମ କୋର୍ଡ ତିଆରି ସମୟରେ, କେନ୍ଦ୍ର ସରକାର ଘରୋଇ କର୍ମୀମାନଙ୍କୁ ଏଥିରେ ସାମିଲ କରିବା ଭୁଲି ଯାଇଛନ୍ତି। ଏଥି ସହିତ ଘରୋଇ କର୍ମୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାର ଯେଉଁ ଅଧିକାର ଥିଲା ତାହାକୁ ମଧ୍ୟ ହଟାଈ ଦେଇଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ଘରୋଇ କର୍ମୀମାନେ ବିଭିନ୍ନ ଦାବୀ ଉପସ୍ଥାପନ କରିଛନ୍ତି। ଦାବୀଗୁଡିକ ମଧ୍ଯରେ ଏଏଲଓ ସି-୧୮କୁ ଅଫିସିଆଲ ଘୋଷଣା କରାଯାଉ। ଘରୋଇ କର୍ମୀଙ୍କୁ ଇଏସ୍ଆଇ ଏବଂ ଇପିଏଫରେ ସାମିଲ କରାଯାଇ ପୂର୍ଣ୍ଣ ସରକାରୀ ପାଣ୍ଠିରୁ ଅଂଶଦାନ କରାଯାଉ। ଘରୋଇ କର୍ମୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ। ସହରୀ ବିକାଶ ଯୋଜନାରେ ଘରୋଇ କର୍ମୀଙ୍କୁ ବାସଗୃହ ଯୋଗାଇ ଦିଆଯାଉ। ନୂଆ ଲେବର କୋଡ଼ରେ ଘରକୁ କାର୍ଯ୍ଯକ୍ଷେତ୍ର ରୂପେ ସାମାଲ କରାଯାଉ। କାର୍ଯ୍ଯ ଦକ୍ଷତା ଅନୁସାରେ ପ୍ରତ୍ଯେକ ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରାଯାଉ। ବେତନ ସହିତ ସାପ୍ତହିକ ଓ ବାର୍ଷିକ ଛୁଟି ପ୍ରଦାନ କରାଯାଉ। ଘରୋଇ କର୍ମୀମାନଙ୍କ ପାଇଁ ଆପଦ ବିପଦରେ ସ୍ବତନ୍ତ୍ର ବିପର୍ଯ୍ୟୟ ପାଣ୍ଠି ତିଆରି କରାଯିବା ପାଇଁ ଉଲ୍ଲିଖିତ କରାଯାଇଛି। ନିଖିଳ ଉତ୍କଳ ଗୃହ ମଜଦୁର ସଭାର ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ସମେତ ସଭାପତି ଚନ୍ଦ୍ରା ରାଣି, ପ୍ରମିଳା କିଣ୍ଡୋ, ଜ୍ଯୋତୀ ଲାକ୍ରା, ସବିତା ବେଗ୍, ଲକ୍ଷ୍ମୀ ମୋଦାକ୍ ପ୍ରମୁଖ ଉପସ୍ଥିତ ରହି ଏହି ଦାବୀପତ୍ର ପ୍ରଦାନ କରିଥିଲେ।