ବାପାର ଜଘଂନ୍ୟ କାଣ୍ଡ:
୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ
ରାଉରକେଲା, ୧୦/୬ (ଉତ୍କଳ ସମାଚାର):ରାଉରକେଲା ଉଦିତନଗର ଥାନା ଅଚଂଳରେ ଏକ ଜଘନ୍ୟ ଘଟଣା ଘଟି ଯାଇଛି । ନିଜର ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ତାର ବାପା ଘରେ ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ହତ୍ୟା କରିବା ପରେ ବାପା ରାଜୁ ଲାକ୍ରା ଫେରାର ହୋଇଯାଇଛି ।ପରେ ପୋଲିସ ତାକୁ ଉଦିତନଗର ଅଚଂଳରୁ ଧରିଥିଲେ । ଥାନାରେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ହତ୍ୟାକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ଘରୋଇ କଳହ କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ସାଇଟିଂଫିକ ଟିମ ସହ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଜାରି ରଖିଛନ୍ତି । ଉକ୍ତ ଘଟଣାକୁ ନେଇ ଶୀତଳପଡ଼ା ଅଚଂଳରେ ରହୁଥିବା ଲୋକଙ୍କ କହିବାନୁସାରେ ରାଜୁ ଲାକ୍ରାଙ୍କ ସ୍ତ୍ରୀ କୌଣସି ଅଜଣା ବ୍ୟକ୍ତିଙ୍କ ସହ ଫେରାର ହୋଇଥିବା ଅଭିଯୋଗ ହୋଇଛି । ରାଗରେ ରାଜୁ ତାଙ୍କ ୫ ବର୍ଷର ଶିଶୁ ପୁତ୍ରକୁ ମାରି ଟାଙ୍ଗିଥିବା ଅଭିଯୋଗ ହୋଇଛି । ଉଦିତନଗର ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଆଜି ଉକ୍ତ ଘଟଣାକୁ ନେଇ ଶୀତଳାପଡ଼ା ଅଚଂଳରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।