ବ୍ୟବସାୟୀ ସମ୍ବାଦ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ
ରାଉରକେଲା, ୯ା୬ (ଉତ୍କଳ ସମାଚାର): ରାଉରକେଲା ବିରଜାପାଲ୍ଳି ସ୍ଥିତ ମହେଶ୍ୱରୀ ଭବନ ପରିସରରେ ବ୍ୟବସାୟୀ ସମ୍ବାଦ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ ଅତିଥି ଭାବରେ କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ଆୟୁଶ ମନ୍ତ୍ରଣାଳୟ ଏବଂ ମହିଳା ବାଳ ବିକାଶ ମନ୍ତ୍ରଣାଳୟର ଡ଼ାକ୍ତର ମହେନ୍ଦ୍ର ଭାଇ ପୁଜୱାରା, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ପାନପୋଷ ସାଂଗଠନିକା ଅଧ୍ୟକ୍ଷା ଲତିକା ପଟ୍ଟନାୟକ, ବିଷ୍ଶୁ ଭୋଇ ଯୋଗ ଦେଇଥିଲେ । ସର୍ବପ୍ରଥମ ଗଣେଷ ପ୍ରତିମ ସମ୍ମୁଖରେ ଅତିଥିମାନଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ଜଳିତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା । ବିଶେଷ କରି ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତିକୁ ନେଇ ସୁଶାସନ, ସେବା, ଗରୀବ କଲ୍ୟାଣ ଯୋଜନା ବିଷୟରେ ମନ୍ତ୍ରୀ ନିଜ ବକ୍ତବ୍ୟ ରଖିିଥିଲେ । ଅନ୍ୟପଟେ ସେ ବ୍ୟବସାୟୀମାନଙ୍କୁ ସାମ୍ବାଦିକ ସମ୍ମିଳନୀରେ ନିଜ ମତ ପ୍ରକାଶ ପାଇଁ କହିଥିଲେ । ବ୍ୟବସାୟୀମାନେ ଜିଏସଟି ଉପରେ ବକ୍ତବ୍ୟ ରଖିଥିଲେ । ଜିଏସଟି ପ୍ରଣାଳୀକୁ ଅଧିକ ସରଳୀକରଣ କରାଯାଉ ।କାରଣ ଜିଏସଟିକୁ ନେଇ ବ୍ୟବସାୟୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛୋଟ ଓ କ୍ଷୁଦ୍ର ବ୍ୟବସାୟୀମାନେ ଜିଏଟି ବିଷୟରେ ଅଧିକ ସୂଚନା ନଥାଏ । ଏହା ଦ୍ୱାରା ପ୍ରଥମେ ଜିଏସଟି ପାଇଁ ଅଲଗା ଏକାଉଟାଂଟଂ ରଖିବାକୁ ପଡ଼ୁଛି । ଏହା ସହ ଆୟକର ରିଟର୍ଣ୍ଣରେ ମଧ୍ୟ ଅନେକ ଅସୁବିଧା ହେଉଛି । ସବୁଠାରୁ ବଡ଼ ଅସୁବିଧା ଅନଲାଇନ ବିଜନେସ୍ କୁନେଇ ଛୋଟ ବ୍ୟବସାୟୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁକଥା ଶୁଣିବା ପରେ ମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଏହି ବିଷୟ ଉପରେ ଆଲୋଚନା କରିବେ । ହେଲେ ରାଉରକେଲାର ବ୍ୟବସାୟୀମାନଙ୍କୁ ମଧ୍ୟ ଦିଲ୍ଳୀ ଡ଼ାକରା କରାଯିବ । ଉକ୍ତ ବୈଠକର ମନ୍ତ୍ରୀ ମୋଦୀ ସରକାରଙ୍କ ୯ ବର୍ଷର ବିଭିନ୍ନ ଲାଭିତ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଭାଜପାର ବରିଷ୍ଠ ନେତା ଧୀରେନ ସେନାପତି, କେଦାନର ମହାନ୍ତି, ମନୋଜ ମହେଶ୍ୱରୀ, ଶଶାଙ୍କ ଜେନା, ସୂର୍ଯ୍ୟକାନ୍ତି ମହାନ୍ତି, ହିରୋଜ ରାୟ, ଜିତୁ ରାୟ, ଶିବ ବେହେରା, ଦିଲିପ କେଶରୀ , ଅନିଲ ଅଗ୍ରୱାଲ ସମେତ ଅନେକ ବ୍ୟବସାୟୀ ଉପସ୍ଥିତ ଥିଲେ ।