କିଷାନ କ୍ରେଡ଼ିଟ୍ କାର୍ଡ଼, ଜନଧନ ଯୋଜନା, ଉଜ୍ୱଳରେ ଉପକୃତ ହେଲେ ଗରିବ ଶ୍ରେଣୀ

ରାଉରକେଲା, ୯ା୬ (ଉତ୍କଳ ସମାଚାର): ଆଜି ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତିକୁ ନେଇ ସେବା ସୁଶାସନ ଗରିବ କଲ୍ୟାଣ ଯୋଜନାକୁ ନେଇ କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ଆୟୁଶ ମନ୍ତ୍ରଣାଳୟ ଏବଂ ବାଳ ବିକାଶ ମନ୍ତ୍ରଣାଳୟର ଡ଼ାକ୍ତର ମହେନ୍ଦ୍ର ଭାଇ ପୁଜୱାଡ଼ା ସାମ୍ବାଦିକମାନଙ୍କୁ ପାନ୍ଥନିବାସରେ ସଭାକକ୍ଷରେ ସରକାରଙ୍କ ବିଭିନ୍ନ ଯୋଜନା ଓ ଜନହିତ ଯୋଜନା ର ସୂଚନା ପ୍ରଦାନ କରିଥିଲେ । ୨୦୧୪ ରେ ମୋଦୀ ସରକାର ଶାସନକୁ ଆସିଥିଲେ । ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ବସ୍ତିଅଚଂଳରେ ପୂରା ଭାରତ ବର୍ଷରେ ୧୧ କୋଟି ୭୬ ଲକ୍ଷ ଶୌଚାଳୟର ନିର୍ମାଣ , କୋଭିଡ଼ ସମୟରେ ୨ଟି ଭ୍ୟାକସିନ ଦେଇ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ରକ୍ଷା କରାଯାଇଥିଲା । ଯାହାକୁ ପୂରା ବିଶ୍ୱରେ କୋଭିଡ଼ ଟିକା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ଘର ବଟଂନ, କୁପୋଷଣ ଯୋଜନା ମାଧ୍ୟମରେ ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଲାଭିତ ହୋଇଥିଲେ । କୌଣସି ବ୍ୟକ୍ତି ଭୋକରେ ରହିବେ ନାହିଁ । ପ୍ରତ୍ୟେକ ଘରେ ସ୍ୱଚ୍ଛ ଜଳ, ପ୍ରତ୍ୟେକ ଘରେ ନଳ, ୧.୮୦ କୋଟି ଘରେ ପାଇପ ଯୋଗେ ପାଣି ସଂଯୋଗ ଦିଆଯାଇଛି, ୧୬% ଏସଟିଏସସି ଓବିସି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ଯାହା ଆଜି ପର୍ଯ୍ୟନ୍ତ କୌଣସି ଦଳ କରିପାରିନଥିଲା । ସବ୍‌କା ସାଥ୍ ସବକା ବିକାଶକୁ ନେଇ ପ୍ରଧାନମନ୍ତ୍ରୀ ସ୍ୱର୍ଣ୍ଣନୀଧି ଯୋଜନା ମାଧ୍ୟମରେ ୪୮% ଗରିବ ସ୍ତରର ଲୋକଙ୍କୁ ୧୦ ହଜାର ଟଙ୍କା ଅତି କମ୍ ଋଣରେ ଦିଆଯାଇଥିଲା । ବିଶେଷ କରି ଠେଲା , ପରିବା ବ୍ୟବସାୟୀ ଓ ଛୋଟ ବ୍ୟବସାୟୀମାନଙ୍କ, କୃଷକମାନଙ୍କୁ ସିଛା ଯୋଜନା ମାଧ୍ୟମରେ ଚିଚଂନ ପାଇଁ ଯୋଜନା, କିଷାନ କ୍ରେଡ଼ିଟ୍ କାର୍ଡ଼, ପ୍ରଧାନମନ୍ତ୍ରୀ ଫସଲ ଯୋଜନା, ନାରୀଶକ୍ତି ମାଧ୍ୟମରେ ଘର, ତିିନି ତଲାକ ଉଚ୍ଛେଦ, ଉଜ୍ୱଳା ଯୋଜନା ମାଧ୍ୟମରେ ୯ କୋଟି ଲୋକଙ୍କୁ ଗ୍ୟାସ ସିଲିଣ୍ଡର ପ୍ରଦାନ, ନୂତନ ଶିକ୍ଷା ପ୍ରଣାଳୀରେ ଆଇଆଇଏମ୍‌, ସ୍କିଲ ଟ୍ରେନିଂ ସେଟଂରରେ ଖୋଲାଗଲା, ପିପିଆଇଏମ୍‌, ଆଇଆଇଟି ଭଳି ଇନଷ୍ଟିଚ୍ୟୁଟ, ଏଭଳି ଅନେକ ଯୋଜନା ମୋଦୀ ସରକାରଙ୍କ ଦ୍ୱାରା କରାଯାଇଥିଲା । ଆଜି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ତଲସରା ବିଧାୟକ ଭବାନୀ ଭୋଇ, ରାଜ୍ୟକାରିଣୀ ସଭ୍ୟ ବିଷ୍ଣୁ ଦାସ, ଭାଜପା ପାନପୋଷ ସାଂଗଠନିକ ଅଧ୍ୟକ୍ଷା ଲତିକା ପଟ୍ଟନାୟକ, ବରିଷ୍ଠ ନେତା ନିହାର ରାୟ, ଜଗବନ୍ଧୁ ବେହେରା, କୋଇଡ଼ାର ବରିଷ୍ଠ ନେତା ଅନିଲ ବାର୍ଲା, ପୂର୍ଣ୍ଣିମା କେରକେର୍ଟା ମଚାଂସୀନ ଥିଲେ ।

Leave a Reply

Your email address will not be published. Required fields are marked *