ଆଦିବାସୀ ଉର୍ନ୍ନୟନ ସମବାୟ ନିଗମ ପକ୍ଷରୁ ଶାଳ ମଞ୍ଜି ସଂଗ୍ରହ
ସମ୍ବଲପୁର,୯/୬( ସରୋଜ ସାହୁ): ରାଜ୍ୟ ଆଦିବାସୀ ଉର୍ନ୍ନୟନ ସମବାୟ ନିଗମ ପକ୍ଷରୁ ଆଜି ସମ୍ବଲପୁର ଜ଼ିଲ୍ଲାରେ ଶାଳ ମଞ୍ଜି ସଂଗ୍ରହ ଆରମ୍ଭ ହୋଇଛି I I ଆଦିବାସୀ ଉର୍ନ୍ନୟନ ସମବାୟ ନିଗମ ସମ୍ବଲପୁର ଶାଖା ପରିଚାଳକ ରମାକାନ୍ତ ଜେନା, ପଣ୍ୟIଗାର ନିଗମ ପରିଚାଳକ ସୁରେଶ କୁମାର ମହାନ୍ତି ଅତିଥି ଭାବେ ଯୋଗଦାନ କରି ଶାଳ ମଞ୍ଜି କିଣାର ଶୁଭାରମ୍ଭ କରିଥିଲେ I ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଅନୁମୋଦିତ ୬୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଏହି ଶାଳ ମଞ୍ଜି କିଣାଯାଇ ଧନକଉଡା ବ୍ଲକ କଳାମାଟି ପଞ୍ଚାୟତରେ ଥିବା କେନ୍ଦୀୟ ପଣ୍ୟIଗାର ନିଗମ ଠାରେ ମହଜୁଦ ରଖାଯାଉଛି I ଏହି ଅବସରରେ କ୍ଷେତ୍ର ନିରିକ୍ଷକ ବାୟା ମାରାଣ୍ଡି, ଅଜୟ କୁମାର ସାହୁ, ପ୍ରୀତି ରଞ୍ଜନ ପତି ପ୍ରମୁଖ ଉପସ୍ଥିତ ଥିଲେ I ରାଜ୍ୟ ସରକାରଙ୍କ ଆଦିବାସୀ ଉର୍ଣ୍ଣୟନ ବିଭାଗ ଦ୍ୱାରା ଏହି ଶାଳ ମଞ୍ଜି ସ୍ୱୟଂ ସହାୟିକା ଗୋଷ୍ଠୀ ସହିତ ବନ ସୁରକ୍ଷା ସମିତି, ବନ୍ଧନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପ୍ରଡୁସର କମ୍ପାନୀ ଜରିଆରେ କିଣା ହେଉଛି I ସରକାରୀ ଦର ଧାର୍ଯ୍ୟ କୁଣ୍ଟାଲ ପ୍ରତି ୨ ହଜାର ଟଙ୍କା ରହିଥିବା ବେଳେ କମିଶନ, ଭଡା, ବସ୍ତା ବାବଦକୁ ଟଙ୍କା ସିଧାସଳଖ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୭ ଦିନ ମଧ୍ୟରେ ପଠାଇଦିଆଯାଉଥିବା ଶାଖା ପରିଚାଳକ ଶ୍ରୀ ଜେନା ପ୍ରକାଶ କରିଛନ୍ତି I ଆଜି ଜ଼ିଲ୍ଲାର କୁଚିଣ୍ଡା, ଜମନକିରା, ରେଢ଼ାଖୋଲ, ଯୁଯୋମୁରା ଏବଂ ବାମରା ବ୍ଲକରୁ ୧୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଶାଳ ମଞ୍ଜି ବିକ୍ରୟ କରିଥିଲେ I