ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଛାତ୍ର କଂଗ୍ରେସ ଧାରଣା
ରାଉରକେଲା, ୮/୬ (ଉତ୍କଳ ସମାଚାର):ଆଜି ରାଉରକେଲା ଛାତ୍ର କଂଗ୍ରେସର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବାରିକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ରାଉରକେଲାଙ୍କ କାର୍ଯ୍ୟାଳୟରେ ଡ଼େପୁଟି କଲେକ୍ଟର ଶ୍ରୀମତୀ ସୁସ୍ମିତା ମିଞ୍ଜଙ୍କୁ ସାକ୍ଷାତ କରି ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଗଲା ଓ ନକଲକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରିନ୍ସପାଲ ସେକ୍ଟ୍ରେଟାରୀ ଆଡ଼ିସନାଲ ସେକ୍ଟ୍ରୋଟାରୀ ଙ୍କୁ ପଠାଯାଇଛି ଓ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ବିଧାୟକ ସୁବ୍ରତ ତରାଇଙ୍କ କୁଶ ପୁତଳିକା ଦାହ କରାଗଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀ ପ୍ରବୋଧ ଦାସ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ କି ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଛାତ୍ର କଂଗ୍ରେସ ରାଉରକେଲା ତାରଫରୁ ମହାବିଦ୍ୟାଳୟର କର୍ତୃପକ୍ଷ ପରିଚାଳନା କମିଟି ଓ ସରକାରୀ ଦଳ, ଦଳୀୟ ବିଧାୟକଙ୍କ ସଲାସୁତୁରାରେ ଯେଉଁ ଭ୍ରଷ୍ଟାଚାର କରାଯାଉଛି, ତାର ବିସ୍ତୃତ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି । ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଶ୍ରୀ ପ୍ରସନ୍ନ କୁମାର ଭୋଇ ବେଆଇନ ଭାବେ ଘରୋଇ ଟ୍ୟୁସନ କରିବା ଓ ପ୍ରତ୍ୟେକ ସେମିଷ୍ଟାରରେ ଉତୀର୍ଣ୍ଣ କରାଇଦେବା ପାଇଁ ଅଧିକ ଅର୍ଥ ଦେବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଛନ୍ତି । ଅଧିକ ଅର୍ଥ ପାଇଁ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବାରୁ ସେ ଛାତ୍ରୀ ଜଣକ ବିଜ୍ଞାନ ବିଭାଗ ଛାଡ଼ି କଳା ବିଭାଗକୁ ବାଧ୍ୟ ହୋଇ ବାଛିିଥିଲେ । ଏହା ଗତ ୨୦୨୦ ମାର୍ଚ୍ଚରେ କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଆହୁରି ଏକ ସଂଗୀନ ଅଭିଯୋଗ ମଧ୍ୟ ରହିଛି, ୧୯୮୮ ମସିହାରେ ଶ୍ରୀ ଭୋଇ ପ୍ରଫେସର ପଦବୀ ପାଇଁ ସାକ୍ଷାତକାର ଦେଇଥିଲେ । କିନ୍ତୁ ୧୯୮୯ ରେ ସେ ଏମଏସସି ପାସ କରିଥିଲେ ଓ ଅର୍ଥ ତୋଷାରପାତ କରିବାରେ ଅଭିଯୋଗ ମଧ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୋଗଦେଇଥିଲେ ଅଳ୍ପ ସଂଖ୍ୟକ ବିଭାଗ ସଭାପତି ଇଜାତ ଅଖତର, ଯୁବ ନେତା ଶିବୁ ଦୀପ, ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ବଳିଆର ସିଂ , ପୂର୍ବତନ ଜିଲ୍ଲା କଂଗ୍ରେସ ଉପ-ସଭାପତି ବାସୁଦେବ ବାନାର୍ଜି, ପ୍ରସନ୍ନ କୁମାର ବଳିଆରସିଂହ, ଛାତ୍ର ନେତା ସଦାବ ଅହମ୍ମଦ, ଆଦେଶ ସୁନା, ବିଜୟ ଶଙ୍କର ପୁରୋହିତ, ବାବୁ ବିଶ୍ୱାଳ, ଯୁବନେତା ବାବୁଲି ଢ଼ୁଳିଆ, ଉପସଭାପତି ମଇନ ଆଲାମ, ସାକିର ହୁସେନ ନିଆଜ ଅହମ୍ମଦ, ହିତେଶ ଦେହୁରୀ, ଶୁକଦେବ ପଣ୍ଡା, ବିବେକ ସାହୁ, ମୋତିଲାଲ ଦୀପ, ଅଙ୍କିତ ତନ୍ତି ଓ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଯୋଗ ଦେଇଥିଲେ ।