ବିଶ୍ଵ ପର୍ଯ୍ୟାବରଣ ଅବସରରେ ମହିଳା କଲେଜରେ ବୃକ୍ଷରୋପଣ I
ସମ୍ବଲପୁର //,୦୫/୦୬ //(ସରୋଜ ସାହୁ ) //(ଉତ୍କଳ ସମାଚାର) //: ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ ଅବସରରେ କଲେଜର ଇକୋ କ୍ଲବ, ରେଡକ୍ରସ ୟୁନିଟ ଓ ମୋ କଲେଜ ଅଭିଯାନ ତରଫରୁ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା I କଲେଜ ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳ ବୃକ୍ଷ ରୋପଣ କରି ଥିବା ବେଳେ କଲେଜର ପ୍ରଶାସନିକ ଅଧିକାରୀ ପ୍ରଫେସର ଉମାଶଙ୍କର ଦାଶ, ରେଡକ୍ରସ ଅଧିକାରୀ ପ୍ରଫେସର ପବିତ୍ର ମୋହନ ବେହେରା, ମୋ କଲେଜ ସଂଯୋଜକ ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ I