ରାଜଗାଙ୍ଗପୁର : ଚର୍ଚ୍ଚା ରେ ଆୟାନ୍ସ  |

ରାଜଗାଙ୍ଗପୁର// :୪/୬ // (ଉତ୍କଳ ସମାଚାର) //-ବୟସ ମାତ୍ର ୩ ବର୍ଷ ୮ ମାସ |ହେଲେ ଗୋଟିଏ କି ଦୁଇଟି ନୁହେଁ  ଏକାଥରକେ ୬ ଟି ରାଇମ୍ସ ଗାଇପାରୁଛନ୍ତି ଆୟାନ୍ସ |ତାହା ଫୁଣି ଏକ ମିନିଟ ସମୟରେ |ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର ଆୟାନ୍ସ ରାଜ ଦାସ ନିଜର ପ୍ରତିଭା ପାଇଁ ବର୍ତ୍ତମାନ ଚର୍ଚ୍ଚା ରେ |ରାଷ୍ଟ୍ରୀୟ ସ୍ତରୀୟ ଅନୁଷ୍ଠିତ  ଲାଇଭ ରାଇମ୍ସ ପାଠ ରେ ବିଜୟୀ ହେବା ସହ ଉତ୍ତମ ଶ୍ଳୋକ ପାଠ କରିବାରେ ଉତ୍ତମ ପ୍ରଦର୍ଶନ କରିଛନ୍ତି ଆୟାନ୍ସ  |ସେ ପୂର୍ବ ରୁ ଇଂଟରନାସନାଲ ବୁକ ଅଫ ରେକଡ଼ ସହ ୩  ବର୍ଷ ବୟସରେ ଇଣ୍ଡିଆ ମୋଷ୍ଟ ଟଏଲେଣ୍ଟେଡ ଆୱାଡ଼ ପାଇଛନ୍ତି |ପୁଅ ର ଏହି କୃତିତ୍ୱ କୁ ନେଇ ବାପା ଚନ୍ଦନ ଦାସ ଓ ପରିବାର ଲୋକ ଖୁବ ଗର୍ବିତ ଅନୁଭବ କରୁଛନ୍ତି

Leave a Reply

Your email address will not be published. Required fields are marked *