ମହାନଗରମୁଖ୍ୟ ଖବରରାଜ୍ୟ

ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ

ଅନୁଗୁଳ,୧୩/୧ (ଉତ୍କଳ ସମାଚାର):: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ସକାଳ ୯ ଟା ବେଳେ ଏକ ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ କରଡ଼ାଗାଡ଼ିଆ ଗାଁର ୪୬ ବର୍ଷୀୟ ଅଲେଖ ଦାସ । ସୂଚନା ଅନୁସାରେ ଅଲେଖ ଓଡ଼ି୧୯ କ୍ୟୁ ୨୧୫୦ ରେଜିଷ୍ଟ୍ରେସନ ନମ୍ବର ଥିବା ଏକ ସ୍କୁଟିରେ ବ୍ରାଉନସୁଗାର ନେଇ ବିକ୍ରି କରିବାକୁ ଯାଉଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ସୂଚନା ପାଇ ଅବକାରୀ ବିଭାଗର ପେଟ୍ରୋଲିଂ କରୁଥିବା ଗାଡି ଅଲେଖକୁ ଶିମିଳିପଡା ନିକଟରେ ଅଟକାଇ ଜାଞ୍ଚ କରିଥିଲା । ଜାଞ୍ଚ ବେଳେ ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ । ଅବକାରୀ ବିଭାଗ ସ୍କୁଟିକୁ ଜବତ କରିବା ସହ ଆଲେଖକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *