ଅପରାଧମହାନଗରମୁଖ୍ୟ ଖବରରାଜ୍ୟ

ପିସ୍ତଲ ଓ ଗୁଳି ସହ ଦୁର୍ଦାନ୍ତ ଅପରାଧି ତୁଫାନ ଗିରଫ

ଅନୁଗୁଳ// 11/01/2024/ (ଉତ୍କଳ ସମାଚାର)// ପିସ୍ତଲ ଓ ଗୁଳି ସହ ଜଣେ ଯୁବକକୁ ଗିରଫ କଲା ଅନୁଗୁଳ ପୁଲିସ । ଗିରଫ ଯୁବକ ଜଣଙ୍କ ହେଲେ ଅନୁଗୁଳ ସହର ରାଧାରମଣପଡାର ହାର୍ଡକୋର କ୍ରିମିନାଲ ତୁଫାନ ଦେହୁରୀ । ସୂଚନା ଅନୁସାରେ ଅନୁଗୁଳ ହାକିମପଡା ଅଞ୍ଚଳରେ ଜଣେ ଯୁବକ ବେଆଇନ ଭାବେ ବନ୍ଧୁକ ରଖିଥିବା ଖବର ପାଇ ଅନୁଗୁଳ ଅନୁଗୁଳ ପୁଲିସ ଚଢ଼ାଉ କରିଥିଲା ।ଚଢ଼ାଉ ବେଳେ ତୁଫାନ ନିକଟରୁ ଏକ ଦେଶୀ ପିସ୍ତଲ ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଥିଲା । ବେଆଇନ ଭାବେ ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ପୁଲିସ ତୁଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତୁଫାନ ଏହି ବନ୍ଧୁକ ଦେଖାଇ ବିଭିନ୍ନ ବ୍ୟବସାୟୀ ଓ ଦୋକାନୀଙ୍କୁ ଧମକାଇ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ତୁଫାନ ପୂର୍ବରୁ ଅନେକ ହତ୍ୟା , ଲୁଟ ଓ ଛିନତାଇ ମାମଲାରେ ଅଭିଯୁକ୍ତ ଅଛି ବୋଲି ମଧ୍ୟ ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *