ରାଜଗାଙ୍ଗପୁର ରେ ଶ୍ରମ ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଜଗାଙ୍ଗପୁର //,28 /05/2023 // (ଉତ୍କଳ ସମାଚାର) //: ଶ୍ରମମନ୍ତ୍ରୀ ସାରଦା ନାୟକ ଙ୍କୁ ରାଜଗାଙ୍ଗପୁର ରେ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ ରାଜଗାଙ୍ଗପୁର ଗସ୍ତ କରିଥିଲେ। ଦଳ ପକ୍ଷରୁ ମନ୍ତ୍ରୀ ଙ୍କୁ ବିଜୁ ପଟନାୟକ ଛକ ନିକଟରେ ସ୍ୱାଗତ କରିବା ସହିତ ବିଜୁ ପଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟ ଅର୍ପଣ କରାଯାଇଥିଲା। ପରେ ମନ୍ତ୍ରୀ ଙ୍କୁ ମଜାର କମିଟି ପକ୍ଷରୁ ପକ୍ଷରୁ ମଜାର ଠାରେ ସ୍ୱାଗତ କରାଯାଇଥିଲା ଓ ସ୍ଥାନୀୟ କମ୍ୟୁନିଟି ସେଣ୍ଟର ରେ ବରିଷ୍ଠ ନେତା ମଙ୍ଗଳା କିଷାନ ଙ୍କ ତତ୍ତ୍ୟବଧାନ ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏହି ମଧ୍ୟରେ ତଲସରାର ପୁର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ଙ୍କ ସମେତ ବହୁ ଆଗ ଧାଡ଼ିର ନେତା ଓ ନେତ୍ରୀ ମାନେ ଉପସ୍ଥିତ ଥିଲେ। ପୂର୍ବରୁ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଥିବାରୁ ଆଜିର କାର୍ଯ୍ୟକ୍ରମ ଉପରେ ସମସ୍ତ ଙ୍କ ନଜର ରହିଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା।କର୍ମୀ ମାନେ ନିଜର ପତିଆରା ଦେଖାଇବା ପାଇଁ ମଞ୍ଚ ରେ ମନ୍ତ୍ରୀ ଙ୍କୁ ଘେରି ଯାଇଥିଲେ। ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କେତେଜଣ କର୍ମା ଙ୍କୁ ସିଧାସଳଖ ଭାବେ ମଙ୍ଗଳା ଟାର୍ଗେଟ କରିଥିଲେ। ଏବଂ କେତକ ଆଗଧାଡିର କର୍ମୀ ମାନଙ୍କ ଦେଖାନଥିବା ଦେଖିବାକୁ ମିଳିନଥିଲା ଏବଂ ପୂର୍ବରୁ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ରାଜେନ୍ଦ୍ର ଲେଙ୍କା ଙ୍କୁ ଲକ୍ଷ୍ୟ କୀଚକ କାହାଣୀ ର ଅବତାରଣା କରିଥିଲେ। ଯାହା କର୍ମୀ ମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲା ଏବଂ ଦଳ ମଧ୍ୟରେ କନ୍ଦଳ କୁ ପଦାରେ ପକାଇଥିଲା। ଦଳ ର ଆଜି ଧାଡି ର କର୍ମୀ ରାଜେନ୍ଦ୍ର ଲେଙ୍କା ସାରଦା ପ୍ରସାଦ ନାୟକ ଙ୍କ ଖାସ ଥିବାରୁ ମନ୍ତ୍ରୀ ମଙ୍ଗଳା କିଷାନ ଙ୍କ କୀଚକ ଉପାଖ୍ୟାନ କୁ ରାଜନୀତି ର ପଶାଖେଳ କହି କଥା ବଦଳାଇ ଦେଇଛନ୍ତି। ଏହି ସମ୍ବର୍ଦ୍ଧନା ରେ ଦୁଇ ଗୋଷ୍ଠୀ ହୋଇ ମନ୍ତ୍ରୀ ଙ୍କୁ ସ୍ୱାଗତ ଜଣାଇଥିଲେ।

Leave a Reply

Your email address will not be published. Required fields are marked *