ଆଭାର ପରିବାର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର I
ସମ୍ବଲପୁର //,୨୭/୦୫ //(ସରୋଜ ସାହୁ) // (ଉତ୍କଳ ସମାଚାର) //: ଆଭାର ପରିବାରର ପ୍ରତିଷ୍ଠା ଦିବସ ଓ ଏହାର ପ୍ରତିଷ୍ଠାତା ତଥା ଓଡିଶା ଅଲମ୍ପିକ ଆସୋସିଏସନ ଏବଂ ଓଡିଶା ଆଥେଲାଟିକ୍ ଆସୋସିଏସନର ଉପସଭାପତି ତଥା ସମ୍ବଲପୁର ଜିଲ୍ଲା କ୍ରୀଡା ସଂଘ ଉପସଭାତି ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନରେ ଶନିବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ବୁଢାରାଜା ସ୍ଥିତ ଜଗନ୍ନାଥ ମନ୍ଦିର ପାର୍କ ଠାରେ ଓଡିଶା ସରକାରଙ୍କ ବୁର୍ଲା ଭିମସାର ରକ୍ତ ଭଣ୍ଡାରର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଦ୍ୱାରା ଏହି ରକ୍ତ ସଂଗ୍ରହ କରାଯାଇଥିଲା । ଏହାକୁ ଡା. ବରୁଣ ମେହେର ,ଦେବାଶିଷ ମିଶ୍ର, କାଉନସିଲର ମଣ୍ଟୁ ପ୍ରଧାନ,ଜନକ ବେହେରା,ପାଏନୁ ଭୋଇ,ସଞ୍ଜିବ ବେରା ପରିଚାଳନା କରିଥିଲେ । ଏଥରେ ଦୁଲାଲ ଚନ୍ଦ୍ର ପ୍ରଧାନ, ପ୍ରେୟାଂଶୁ ଶେଖର ପତି,ସୁବାସ ଚନ୍ଦ୍ର ବାରିକ,କିଶୋର ଓରାମ୍,,ବିକାଶ ଚନ୍ଦ୍ର ଦେବତା,,ତୁଷାର କାନ୍ତ ବେହେରା, ଧବଲି ମାଝି,ଅବିନାଶ ବେହେରା, ସମୀର ବିଭାର, ସାଲେଗ୍ରାମ ପ୍ରଧାନ,ଦିଲିପ କୁମାର ମହାନ୍ତି,ମନୋଜ ଭୋଇ,ରଞ୍ଜନ ମହାକୁଡ,ଅନିଲ ପାଣିଗ୍ରାହୀ,ସୁବ୍ରତ ମିଶ୍ର,ଯୁଧିଷ୍ଟିର ନାରାୟଣ,ମିକୁନ ବାରିକ,ଅମର ପଟେଲ,ଜିତେନ୍ଧ୍ର ସିଂ,ସଦ୍ଦାମ ହୁସେନ,ସୁଶାନ୍ତ ସାହୁ ନବୀନ ପଟ୍ଟନାୟକ, ପ୍ରମୁଖ ରକ୍ତଦାନ କରିଥିଲେ I ଏହାକୁ ଜଗନ୍ନାଥ କଲୋନି ସଭାପତି ସୁଶାନ୍ତ ପୁରୋହୀତ, ସାଧାରଣ ସଂପାଦକ ସୁଶାନ୍ତ ନାଥ, ସହ ସଂପାଦକ ଅବିନାଶ ନନ୍ଦ,କୋଷାଧ୍ୟକ୍ଷ ସୁବ୍ରତ ମି୍ଶ୍ର ଙ୍କ ସହିତ ଡା.ରାଜାରାମ ଷଡଙ୍ଗୀ ,ସ୍ମୃତି ରଞ୍ଜନ ମହାପାତ୍ର ,ବ୍ରଜେନ୍ଦ୍ର ପଣ୍ଡା,ଅଜିତ ହୋତା,ପ୍ରିୟବ୍ରତ ବାବୁ,ବିଶ୍ୱଜିତ ପଣ୍ଡା,ପ୍ରଶନ୍ନ ବିଶ୍ୱାଲ,କିରଣ କୁମାର ଭୋଇ,ଜିତୁ ପ୍ରଧାନ,ଅନିଲ ପାଣିଗ୍ରାହୀ ,ସାନ୍ତାନୁ ନନ୍ଦ,ଦୀପକ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏଥିରେ ସହଯୋଗ କରିଥିଲେ।ପ୍ରବଳ ରୌଦ୍ର ତାପ ସତ୍ତ୍ୱେ ରକ୍ତଦାତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା ।
