ପୂଣ୍ୟତିଥିରେ ପଣ୍ଡିତ ନେହେରୁଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି


,ରାଉରକେଲା // 27/05 //2023 // (ଉତ୍କଳ ସମାଚାର) // ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ନବଭାରତର ନିର୍ମାତା ଭାରତ ରତ୍ନ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ତାଙ୍କର ପୂଣ୍ୟତିଥି ଅବସରରେ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଜିଲ୍ଲା କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ତଥା ବିଭିନ୍ନ ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ଆଜି ସକାଳ ୮ଟା ସମୟରେ କୋଇଲନଗର ସ୍ଥିତ ନେହେରୁଜୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସମବେତ ହୋଇ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ କଂଗ୍ରେସ କର୍ମକର୍ତ୍ତାମାନେ ପଣ୍ଡିତଜୀଙ୍କର ଦେଶ, ସମାଜ ବିଶେଷ କରି ରାଉରକେଲା ପ୍ରତି ମହତ୍ୱପୂର୍ଣ୍ଣ ଅବଦାନକୁ ସ୍ମରଣ କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ ।ପରେ ସକାଳ ୯ଟା ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ନେହେରୁଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ରାଉରକେଲାର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ବିରେନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ନେହେରୁଜୀଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ସେନାପତିଙ୍କ ସମେତ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପିସିସି ସଭ୍ୟ ରବି ରାୟ, ପ୍ରଭାତୀ ମିଶ୍ର, ସନ୍ତୋଷ ବିଶ୍ୱାଳ, ରାଜେଶ ଟପ୍ପୋ, ଓବିସି ରାଷ୍ଟ୍ରୀୟ ସହସଂଯୋଜକ କୈଳାସ ସାହୁ, ପିସିସି ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ, ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ବାରିକ, ବ୍ଲକ୍ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ଷଡଙ୍ଗୀ, ପିସିସି ସଭ୍ୟ ସୁଶୀଲ କିଣ୍ଡୋ, ବରିଷ୍ଠ ନେତା ଇନ୍ଦ୍ରମୋହନ ପଣ୍ଡା, ଭାସ୍କର ଖିଲ୍ଲାର, ଜିଲ୍ଲା କଂଗ୍ରେସ ସମ୍ପାଦକ ରବୀନ୍ଦ୍ର ନାୟକ, ସୁନୀତା ଲାକ୍ରା, ରୁକସାନା ବେଗମ, ସେବାଦଳର ବୁଲୁ ଦାସ, ପୂର୍ବତନ ସାଧାରଣ ସମ୍ପାଦକ ଗୀତା ସିଂହ ଓ ରମେଶ ଗୁପ୍ତା, ଯୁବ କଂଗ୍ରେସ ଉପାଧ୍ୟକ୍ଷ ପ୍ରଦୀପ ବେହେରା, ରୋଶନ ତିର୍କୀ, ବିଜୟ ବେହେରା, ବନମାଳୀ ବିଶୋୟୀ, ଶୁକଦେବ ବଡାଇକ, ରେହେମାନ ଖାନ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଉଭୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ବୋଲି ଦଳ ତରଫରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *