ରେଳ ଧାରଣା ରୁ ଯୁବକ ଙ୍କ ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର //,27 /05/2023 // (ଉତ୍କଳ ସମାଚାର) //:-ରେଳ ଧାରଣା ରୁ ଅଜଣା ଯୁବକ ଙ୍କର ମୃତଦେହ ଉଦ୍ଧାର। ରାଜଗାଙ୍ଗପୁର ଷ୍ଟେସନ ଓ କାଂଶବାହାଲ ରେଳ ଷ୍ଟେସନ ମଧ୍ୟରେ ଥିବା ଗୋସିଆପଡା ନିକଟରେ ରେଳ ଧାରଣା ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।। କୌଣସି ଏକ ଟ୍ରେନ ଧକ୍କା ଦେବାରୁ ଯୁବଙ୍କ ମୃତ୍ୟୁ ଘଟିଛି ବୋଲି ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ଶବ କୁ ଜବତ କରିବା ସହ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇଛି । ଯୁବକ ଜଣକ ଆନୁମାନିକ ବୟସ ୪୦ ବର୍ଷ ଓ ସେ ଏକ ଜିନ୍ସ ପ୍ୟାଣ୍ଟ ଓ କଳା କଲର ର ଜୋତା ପିନ୍ଧିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *