ବିଭିନ୍ନ ସଂଗଠନ ତରଫରୁ ନୂତନ ମନ୍ତ୍ରୀଙ୍କୁ ନାଗରିକ ସମ୍ବର୍ଦ୍ଧନାରେ ସମ୍ମାନୀତ

ରାଉରକେଲା, ୨୬/୫ (ଉତ୍କଳ ସମାଚାର):ମୋହାରାଜ ଅଗ୍ରସେନ ସେବା ସଂଘ ଭବନ ଥସରକାରୀ ଡାକ୍ତର ଖାନା ନିକଟସ୍ଥଧ ଠାରେ,ରାଉରକେଲା ର ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟାରେ,ବିଭିର୍ଣ ସଂଗଠନ କର୍ଜ୍ୟକର୍ତାଙ୍କ ଦ୍ୱାରା,ନୂତନ ଶ୍ରମ ମନ୍ତ୍ରୀ ଦାଇତ୍ୱ ପାଇଥିବା ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ବରେ ମୋହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଫଟୋଚିତ୍ରରେ ପୂଜା ଅର୍ଚନା କରଯାଇଥିଲା । ବରିଷ୍ଟ ସଦସ୍ୟ ବ୍ରିଜମୋହନ ଅଗ୍ରୱାଲ, ନୂତନ ମନ୍ତ୍ରୀଙ୍କୁ ସ୍ୱାଗତ,ଶୁଭେଛା,ଅଭିନନ୍ଦନ ଦେବାସହିତ,ଉପସ୍ଥିତ ଥିବା ସମସ୍ତ ସଂଗଠନ କର୍ଜ୍ୟକର୍ତା ମାନଙ୍କୁ ସ୍ୱାଗତ ଶୁଭେଛା ଜଣାଇଥିଲେ । ସମାରୋହର ମୁଖ୍ୟ ଆକର୍ଷଣ ତଥା ନୂତନ ଶ୍ରମ ମନ୍ତ୍ରୀ ନିଜ ବକ୍ତବ୍ୟରେ,ଅତ୍ୟନ୍ତ ଭାବ ବିହୁଳ ହୋଇ କହିଥିଲେଜେ ମୁ କେବେ ଭାବି ନଥିଲି ରାଉରକେଲାର ବିଧାୟକ ହେବି ଏବଂ ମନ୍ତ୍ରୀ ହେବି, ଆଜି ଯାହା ପାଇଛି ମୋର ଆଦର୍ଶ,ତଥା ସାଢେ ଚାରିକୋଟି ଓଡିଆଙ୍କ ହୃଦୟର ନେତା ତଥା ରାଉରକେଲକୁ ବିଶ୍ୱଦରବାରରେ ପହଞ୍ଚାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସାରଙ୍କ ବିଶ୍ୱାସ ପାଇଁ, ଏବଂ ରାଉରକେଲାର ଗୁରୁଜନ,ମା,ଭଉଣୀ,ଭାଇ ଓ ବିଭିର୍ଣ ସଂଗଠନ କର୍ଜ୍ୟକର୍ତା ମାନଙ୍କର ଆଶୀର୍ବାଦ,ସ୍ନେହ ଶ୍ରଦ୍ଧା ପାଇଥିବାରୁ ଆଜି ମୁ ଏ ଜାଗାରେ ପହଚିଂପାରିଛି । ଏ ସମସ୍ତ ଶ୍ରେୟ ଆପଣମାନଙ୍କର,ମୁଁ ତ ନିମିତ ମାତ୍ର । ଫଆଗାମୀ ଦିନ ମାନଙ୍କରେ ସମଗ୍ର ସୁନ୍ଦରଗଡ ତଥା ରାଉରକେଲାର ସାମୁହିକ ବିକାଶରେ ଆପଣମାନଙ୍କର ଯୋଗଦାନ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀଯୁକ୍ତ ନାୟକ,ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନିବେଦନ କରିଥିଲେ । ସମ୍ବର୍ଦ୍ଧନା ଉଚ୍ଛବ କର୍ଜ୍ୟକ୍ରମରେ ଏକସତ ରୁ ଉର୍ଦ୍ଧ ସଂଗଠନର କର୍ଜ୍ୟକର୍ତା ମାନେ ଯୋଗ ଦେଇ ନୂତନ ଶ୍ରମ ମନ୍ତ୍ରୀଙ୍କୁ ଫୁଲମାଳ,ଫୁଲଗୁଛ, ଉପଢଔକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଜ୍ୟକ୍ରମକୁ ସଂଜୀବ ମହାନ୍ତି,କେଦାର ଖେରିଆ,ଅଭୟ ଦାସ,ହରଦୀପ ସିଂହ,କାଶୀନାଥ ପଣ୍ଡା,ମନରଞ୍ଜନ ଦାଶ,ସୀତାରାମ ବେରେଲିଆ,ପରବୀନ ଗର୍ଗ, ରଶ୍ମିବାଳା ମିଶ୍ର,ଗଗନ ପଣ୍ଡା,ଜୟନ୍ତ କୁମାର ମିଶ୍ର,ଜୋଷଣା ନାୟକ,ସୁଶାନ୍ତ ରାଉତ, ପ୍ରତୀକ କୟାଲ ମାନେ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାରାଜା ଅଗ୍ରସେନ ସେବା ସଂଘର ଅଧ୍ୟକ୍ଷ କେଦର କେଡ଼ିଆ, ସଂପାଦକ ସୀତାରାମ ବଲେରିଆ, କୋଷାଧ୍ୟକ୍ଷ ହରିଓମ୍ ବଂଶଲ, ପୂର୍ବ ଅଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲ, ସୁଶିଲ କୁମାର, ଯୁଗ୍ମ ସଂପାଦକ ବୋବଲ ଗୋଏଲ, ଶ୍ୟାମ ସୁନ୍ଦର ଅଗ୍ରୱାଲ, ସୁବାସ ଗୁପ୍ତା, ରିଷି ଆରିଆ ସାମିଲ ଥିଲେ ।ମୋହରାଜ ଅଗ୍ରସେନ ସେବା ସଂଘ ପକ୍ଷରୁ ସମସ୍ତ ଅତିଥିଙ୍କ ପାଇଁ ସାନ୍ଧ୍ୟ ଆଲ୍ପ ଆହାର ବ୍ୟବସ୍ତା କରଯାଇଥିଲା । ଶେଷରେ ବରିଷ୍ଟ ଆଇନିଜୀବୀ ସୁଦାମ ଚନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *