ରାଉରକେଲା ଷ୍ଟିଲ ପ୍ଲାଟଂ ଆଣ୍ଡ ମାରସେଲିଂ ୱାର୍ଡ଼ ବିସ୍ଥାପିତ ସଂଘର ପଦାଧିକାରୀ ଭେଟିଲେ ଏଡ଼ିଏମଙ୍କୁ

ରାଉରକେଲା, ୨୬/୫ (ଉତ୍କଳ ସମାଚାର): ୮ଟି ପଚାଂୟତକୁ ମହାନଗର ନିଗମରେ ସାମିଲ କରାଯାଉ ଏହା ସହ ସେମାନଙ୍କୁ ସମସ୍ତ ମୌଳିକ ସୁବିଧା ପ୍ରଦାନ କରାଯାଉ । ଏହାକୁ ନେଇ ଆଜି ଶତାଧିକ ଗ୍ରାମବାସୀମାନେ ରାଉରକେଲା ମହାନଗର ନିଗମ କମିଶନର ଡ଼ାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ଝାରମୁଣ୍ଡା ଗ୍ରାମପଚାଂୟତ ରାଉରକେଲା-୭ ଥାନା ଟାଙ୍କରପାଲୀ, ଜିଲ୍ଲା ସୁନ୍ଦରଗଡ଼ ଏମାନଙ୍କ କହିବାନୁସାରେ ୧୯୫୪ ମସିହାରେ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ହେଉଥିବା ସମୟରେ ଜମି ଅଧିଗ୍ରହଣ କରାଯାଇଥିଲା । ସେହି ସମୟରେ ଜଲଦା ଠାରେ ୪୦/୫୦ ଫୁଟ୍ ଦିଆଯାଇଥିଲା । ଯାହାକି ବର୍ଦ୍ଧିତ ପରିବାର ପାଇଁ କିମ୍ବା ଚାଷ କରି ଜୀବନଯାପନ କରିବା ପାଇଁ ସମ୍ଭବ ନଥିଲା । ତେଣୁ ଉକ୍ତ ବିସ୍ଥାପିତ ଗ୍ରାମବାସୀମାନଙ୍କୁ ୧୯୬୦ ମସିହାରେ ସୁନାପର୍ବତ ଜଙ୍ଗଲ ଜମି ଉପରେ ଘର ଓ ଚାଷ କରିବା ପାଇଁ ୧୦୦ ପରିବାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରିଆସୁଛୁ । ଉକ୍ତ ଗ୍ରାମକୁ ସରକାର କୌଣସି ପଚାଂୟତରେ ସାମିଲ କରିନାହାଁନ୍ତି । ତେଣୁ ସରକାରଙ୍କ ଦ୍ୱାରା ମିଳୁଥିବା ମୌଳିକ ସୁବିଧାରୁ ଗ୍ରାମବାସୀ ବଚିଂତ ହୋଇଅଛନ୍ତି । ଗ୍ରାମବାସୀ ଅନେକ ଥର ଉଚ୍ଚ ପ୍ରାଥମିକ ଅଧିକାରୀଙ୍କୁ ପଚାଂୟତରେ ସାମିଲ କରିବା ପାଇଁ ଆବେଦନ କରିଥିଲେ । କିନ୍ତୁ ଏ ବିଷୟକୁ ଗୁରୁତର ସହ ନିଆଯାଉ ନାହିଁ । ସେହିପରି ବାକିଆ, ତୁମକେଲା, ହମିରପୁର, ଲୁଆକେରା, ଟାଙ୍ଗରପାଲି, ରଂଗାଡ଼ି, ବଡ଼ସାନ ପର୍ବତ ସୋନରା ବସ୍ତି, ଝାରମୁଣ୍ଡା ପଚାଂୟତକୁ ମହାନଗର ନିଗମରେ ସାମିଲ କରାଯାଉ । ସବୁ ବିଷୟ ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ୩୦ ତାରିଖ ଦିନ ଭୂବନେଶ୍ୱର ଗେଷ୍ଟ ହାଉସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ବୈଠକରେ ଏସଟି କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ପେଶାଲ ସଚିବ, ରାଉରକେଲା ଆରଏସପି ସିଇଓ ଉକ୍ତ ବୈଠକରେ ଯୋଗ ଦେବେ । ବିସ୍ଥାପିତ ସଂଘର କିଛି ସଭ୍ୟମାନେ ବୈଠକରେ ଯୋଗ ଦିଅନ୍ତୁ । ଆଜି ରାଉରକେଲା ଷ୍ଟିଲ ପ୍ଲାଟଂ ଆଣ୍ଡ ମାରସେଲିଂ ୱାର୍ଡ଼ ବିସ୍ଥାପିତ ସଂଘର ଅଧ୍ୟକ୍ଷ ଲଚ୍ଛୁ ଓରାମ, ଉପଦେଷ୍ଟା ରାମଚନ୍ଦ୍ର ସାହୁ, ଗୋବିନ୍ଦ ତନ୍ତୀ, ସଂପାଦକ ଅଭିନେଜର ଟୋକ୍‌ପ, ଉପାଧ୍ୟକ୍ଷ ମଙ୍ଗରା ଓରାମ, କୋଷାଧ୍ୟକ୍ଷ ଅମରିତ ମିଞ୍ଜ ସମେତ ଅନ୍ୟ ସଭ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *