ଶ୍ରମମନ୍ତ୍ରୀଙ୍କ ସଂକଟମୋଚନ ମନ୍ଦିର ପରିଦର୍ଶନ
ରାଉରକେଲା, ୨୬/୫ (ଉତ୍କଳ ସମାଚାର):ନୂତନ ଶ୍ରମ ମନ୍ତ୍ରୀ ଦାଇତ୍ୱ ପାଇଥିବା ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଆଜି ରାଉରକେଲା ରେଲୱେ ଷ୍ଟେସନ ନିକଟସ୍ଥ ସଂକଟମୋଚନ ମନ୍ଦିର ପରିଦର୍ଶନ କରିବା ସହ ହନୁମାନ ଜୀଙ୍କ ଆର୍ଶୀବାଦ ପ୍ରାପ୍ତ କରିଥିଲେ । ଆଜି ସକାଳେ ନୂତନ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମନ୍ଦିର ପରିସର ସ୍ଥିତ ହନୁମାନ ଜୀ, ସଂଙ୍କର ଜୀ, ମାଁ ଦୁର୍ଗାଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ନନା ସୁଦାମା ପାଣ୍ଡେ, ବାଦାମା ପାଣ୍ଡେଙ୍କ ଦ୍ୱାରା ବିଧିବିଧାନରେ ପୂଜାର୍ଚ୍ଚନା କରାଯାଇଥିଲା । ଉକ୍ତ ପରିଦର୍ଶନରେ ବିଜେଡ଼ିର ବରିଷ୍ଠ ନେତା ପ୍ରବୀଣ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ ଯେ, ଯେତେବେଳେ କ୍ୟାବିନେଟ୍ ମନ୍ତ୍ରୀ ପାଇଁ ସାରଦା ପ୍ରସାଦ ନାୟକଙ୍କ ନାମ ଘୋଷଣା କରାଯାଇଥିଲା ସେହି ସମୟରେ ସମର୍ଥକମାନଙ୍କ ଦ୍ୱାରା ସଂକଟମୋଚନ ମନ୍ଦିରରେ ପୂଜାର୍ଚ୍ଚନା ସହ ମନ୍ତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ଆଜି ମନ୍ତ୍ରୀଙ୍କ ଗସ୍ତକୁ ନେଇ ସମର୍ଥକମାନେ ମନ୍ଦିର ସମ୍ମୁଖରେ ଉପସ୍ଥିତ ଥିଲେ । ପରେ ମନ୍ତ୍ରୀ ସୁନ୍ଦରଗଡ଼ ଗସ୍ତ କରିଥିଲେ ।