ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ; ଦାଖଲ ହେଲା ଚାର୍ଜସିଟ୍‌‌

ଝାରସୁଗୁଡା, ୨୬/୫ (ଉତ୍କଳ ସମାଚାର): : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଶୁକ୍ରବାର ଝାରସୁଗୁଡା ଜେଏମ୍‌‌ଏଫ୍‌‌ସି କୋର୍ଟରେ କ୍ରାଇମବ୍ରାଞ୍ଚ ଟିମ୍‌‌ ପହଞ୍ଚି ସାରିଛନ୍ତି। ଏହାସହ ପ୍ରିଲିମିନାରୀ ଚାର୍ଜସିଟ୍‌‌ ଦାଖଲ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍‌‌। ତଦନ୍ତ ଅଧିକାରୀଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି। ମୋଟ୍‌‌ ମୋଟ୍‌‌ ୫୪୩ ପୃଷ୍ଠାର ଚାର୍ଜସିଟ୍‌‌ ଦାଖଲ କରାଯାଇଛି। ଚାର୍ଜସିଟ୍‌‌ରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ନେଇ ସୂଚନା ମିଳିଛି। ୮୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ୍‌‌ ଦାଖଲ କଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ନାଁରେ ଆଇପିସି ଦଫା ୩୦୨,୩୦୭,ଆର୍ମସ ଆକ୍ଟ ୨୭(୦୧) ରୁଜୁ ହୋଇଛି। ହତ୍ୟାର ୧୧୮ ଦିନ ପରେ ଚାର୍ଜସିଟ୍‌‌ ଦାଖଲ ହୋଇଥିବା ବେଳେ ଗତ ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା।

Leave a Reply

Your email address will not be published. Required fields are marked *