ମହାନଗରମୁଖ୍ୟ ଖବରରାଜ୍ୟ

ସଡକ ସୁରକ୍ଷା ସପ୍ତାହ ଅବସରରେ ୱାକାଥନ 

ବରଗଡ,୮/୧ (ଉତ୍କଳ ସମାଚାର) (ଶ୍ରୀକାନ୍ତ ମଟାରୀ): ବରଗଡ଼ରେ ସଡକ ସୁରକ୍ଷା ସପ୍ତାହ ଉଦଯାପନୀ ଅବସରରେ ୱାକଥନ ଆୟୋଜିତ ହୋଇଯାଇଛି । ଆଞ୍ଚଳିକ ପରିବହନ ବିଭାଗ ଏବଂ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ୱାକଥନକୁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଏସପି ପ୍ରହ୍ଲାଦ ସହାୟ ମୀନା , ଜିଲ୍ଳା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ସାମିଲ ଥିଲେ । ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ତଥା ଗାଡି ଚାଲକ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବରଗଡ଼ ଆରଟିଓ ସାବୁଆ ମାଝି, ଏମଭିଆଇ ସୁଷମା ସାହୁ , ଟ୍ରାଫିକ ଇନସପେକ୍ଟର ଜେକେ ତିରିୟା, ଏଆରଟିଓ ଏକେ ପାଣିଗ୍ରାହୀ, କନଷ୍ଟେବଳ ବିଶ୍ୱଭୁଷଣ ଲେଙ୍କା, ସୁଜିତ କୁମାର ରାଉତ, ଟାଉନ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଳକର, ଟ୍ରାଫିକ ଇନସପେକ୍ଟର ମଙ୍ଗଳ କିସକୋ ସମେତ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *