ଟ୍ରାଫିକ ପୋଲିସକୁ ଟ୍ରକ୍ ଡ୍ରାଇଭରଙ୍କ ର୍ଦୁବ୍ୟବହାର, ମାମଲା ଥାନାରେ

ରାଉରକେଲା , ୨୫/୫ (ଉତ୍କଳ ସମାଚାର): ପ୍ଲାଟଂସାଇଟ୍ ଥାନା ଅନ୍ତର୍ଗତ ବିଶ୍ରା ଛକରେ ଟ୍ରାଫିକ ପୋଲିସ ସୁଧାଂଶୁ ପଟେଲ କାର୍ଯ୍ୟରେ ଥିବାବେଳେ ବିଶ୍ରା ଛକର ଏକ ଟ୍ରକ ଓଆର-୧୫-କ୍ୟୁ-୮୧୫୭ ପ୍ଲାଟଂସାଇଟ ଆଡ଼କୁ ଆସୁଥିବାବେଳେ ଟ୍ରାଫିକ କର୍ମଚାରୀ ସୁଂଧାଶୁ ଡ୍ରାଇଭରଙ୍କୁ ଅଟକାଇ ସିଫ୍ଟ ବେଲଟ ପିନ୍ଧିନଥିବାରୁ ଟ୍ରକ ଚାଳକ ବି ପ୍ରସାଦ ପାଟିତୁଣ୍ଡ କରିବା ସହ ଟ୍ରାଫିକ କର୍ମଚାରୀ ସୁଧାଂଶୁଙ୍କର କଲର ଠେଲାପେଲା କରିିବ । ସହ ଦୁର୍ବ୍ୟବହାର କରିିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଟ୍ରାଫିକ କର୍ମଚାରୀ ପିସିଆର ଭ୍ୟାନକୁ ଫୋନ କରିଥିଲେ । ସୂଚନା ପାଇବା ପରେ ପିସିଆର ଭ୍ୟାନର କର୍ମଚାରୀମାନେ ଘଟଣାସ୍ଥଳରେ ପହଚିଂ ଟ୍ରକ ଚାଳକଙ୍କୁ ଗାଡ଼ି ସହ ପ୍ଲାଟଂସାଇଟ ଥାନାକୁ ଆଣିଥିଲେ । ଘଟଣାର ସୂଚନା ପାଇବା ପରେ ଟ୍ରାଫିକ ଇନ୍ସପ୍ଟେର ମଧ୍ୟ ଘଟଣାସ୍ଥଳରେ ପହଚିଂଥିଲେ । ଉକ୍ତ ଘଟଣାକୁ ନେଇ ବିଶ୍ରା ଛକରେ ଲୋକଙ୍କ ଗହଳି ଜମି ଥିଲା । ଟ୍ରକ ଚାଳକ ଓ ଟ୍ରାଫିକ କର୍ମଚାରୀଙ୍କ ପାଟିତୁଣ୍ଡ କୁ ନେଇ କିଛି ସମୟ ପାଇଁ ଉକ୍ତ ଅଚଂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପ୍ଲାଟଂସାଇଟ ପୋଲିସ ଟ୍ରାଫିକ କର୍ମଚାରୀଙ୍କ ଦ୍ୱାରା ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ଟ୍ରାଫିକ କର୍ମଚାରୀଙ୍କୁ ପ୍ଲାଟଂସାଇଟ ପୋଲିସ ଦ୍ୱାରା ମେଡ଼ିକାଲ କରାଯାଇଥିଲା । ଟ୍ରକ ଚାଳକଙ୍କୁ ଥାନାରେ ଅଟକ ରଖାଯାଇଥିଲା । ପ୍ଲାଟଂସାଇଟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *