ଶ୍ରମ ମନ୍ତ୍ରୀଙ୍କର ଆରଜିଏଚ୍ ପରିଦର୍ଶନ
ରାଉରକେଲା , ୨୫/୫ (ଉତ୍କଳ ସମାଚାର):ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ରାଜ୍ୟ ଶ୍ରମ ବିଭାଗ ମନ୍ତ୍ରୀ ଭାବେ ଶପଥ ନେବାପରେ ଗତକାଲି ରାଉରକେଲା ପହଚିଂଥିଲେ । ଆଜି ସକାଳୁ ମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଭାବରେ ଆରଜିଏଚ ର ବିଭିନ୍ନ ୱାର୍ଡ ବୁଲି ରୋଗୀ ମାନଙ୍କର ସୁବିଧା ଅସୁବିଧା ବୁଲି ଦେଖିବା ସହିତ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ ।ବିଶେଷ କରି ପୁରୁଷ ୱାର୍ଡ଼, ମହିଳା ୱାର୍ଡ଼ ସହିତ ଶିଶୁ ୱାର୍ଡ଼ ମଧ୍ୟ ବୁଲିିଥିଲେ । ଏହା ସହ ଆରଜିଏଚର ମୁଖ୍ୟ ଚିକିତ୍ସାଧିକାରୀଓ ଡ଼ାକ୍ତରଙ୍କ ସହ ଆଲୋଚନା କରିଥିଲେ । ଆରଜିଏଚ କୁ ରାଜ୍ୟର ଏକ ପ୍ରମୁଖ ଲୋକାଭିମୁଖୀ ରୋଗୀସେବା କେନ୍ଦ୍ରରେ ପରିଣତ କରିବାକୁ ଶ୍ରୀ ନାୟକ ଦୀର୍ଘଦିନରୁ ଚେଷ୍ଠାରତ ଅଛନ୍ତି । ଏବେ ସେହି ପ୍ରଚେଷ୍ଟା ଦ୍ୱିଗୁଣିତ ହେବ ବୋଲି ରାଉରକେଲା ବାସୀ ଆଶା ବାନ୍ଧିଛନ୍ତି ।ସୂଚନାଯୋଗ୍ୟ ଯେ, ଆରଜିଏଚରେ ପଶ୍ଚିମ ଓଡ଼ିଶା ସମେତ ଝାରଖଣ୍ଡ ଅଚଂଳର ରୋଗୀମାନେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି ।