ମହାନଗରମୁଖ୍ୟ ଖବରରାଜ୍ୟ

ସଡକ ସୁରକ୍ଷା ସପ୍ତାହ ଅବସରରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ବରଗଡ,୭/୧ (ଉତ୍କଳ ସମାଚାର) (ଶ୍ରୀକାନ୍ତ ମଟାରୀ): ଆଞ୍ଚଳିକ ପରିବହନ ବିଭାଗ ଏବଂ ପୋଲିସର ମିଳିତ ସହଯୋଗରେ ବରଗଡ଼ ଭଟଲି ଛକଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହେଲମେଟ ପିନ୍ଧି ଗାଡି ଚଲାଇବା , ସିଟ ବେଲ୍ଟ ଲଗାଇବା , ଦୁଇ ଚକିଆ ଯାନରେ ଦୁଇରୁ ଅଧିକ ଯାତ୍ରା ନ କରିବା ନେଇ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼ ଆରଟିଓ ସାବୁଆ ମାଝି, ଏମଭିଆଇ ସୁଷମା ସାହୁ , ଟାଉନ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଳକର, ଟ୍ରାଫିକ ଇନସପେକ୍ଟର ମଙ୍ଗଳ କିସକୋ ସମେତ ବିଭାଗୀୟ ଅଧିକାରୀ ସାମିଲ ହୋଇ ଜନସାଧାରଣଙ୍କୁ ସଚେତନ କରିଥିଲେ । (ଶ୍ରୀକାନ୍ତ ମଟାରୀ)

Leave a Reply

Your email address will not be published. Required fields are marked *