ଶହୀଦ ଦିବସରେ ଶିଖ ସମାଜ ପକ୍ଷରୁ ସରବତ୍ ଓ ଚଣା ବିତରଣ
ରାଉରକେଲା, ୨୩/୫ (ଉତ୍କଳ ସମାଚାର): ଶିଖ୍ ସମାଜର ପଞ୍ଚମ ଗୁରୁ ଅର୍ଜୁନ ଦେବଙ୍କ ଶହୀଦ ଦିବସରେ ରାଉରକେଲା ସହରର ଅନେକ ସ୍ଥାନରେ ଚଣା ଓ ସରବତ୍ ବଣ୍ଟନ କରାଯାଇଛି। ବିଶେଷକରି ରାଉରକେଲା ରେଳ ଷ୍ଟେସନ ନିକଟ ଗୁରୁଦ୍ବାର ସମ୍ମୁଖରେ ସରବତ୍ ବିତରଣ କରାଯାଇଥିଲା। ସେହିପରି ଉଦିତନଗର ସାରୀ ସଙ୍ଗମ୍ ପକ୍ଷରୁ ପଥଚାରୀ ଓ ଜନସାଧାରଣଙ୍କୁ ଚଣା, ସରବତ୍ ଏବଂ ଥଣ୍ଡା ପାଣି ବଣ୍ଟନ କରାଯାଇଥିଲା। ସକାଳ ୧୧ଟାରୁ ମଧ୍ଯାହ୍ନ ପର୍ଯ୍ୟନ୍ତ ଏହି କାର୍ଯ୍ଯକ୍ରମରେ ଶିଖ ସମାଜର ଲୋକମାନେ ଭାଗ ନେଇଥିଲେ। ଏହି ଅବସରରେ ହରନାଥ ସିଂହ, ଅରଜିତ୍ ସିଂହ, ହରଜିତ୍ ସିଂହ, ଯୋଗେନ୍ଦ୍ର ସିଂହ, ଅରବିନ୍ଦର ସିଂହ, ରିଂକଲ ସିଂହ, ବିଂକଲ ସିଂହ, ଋଷି ସିଂହ ସମେତ ଅନ୍ଯ ସଦସ୍ଯଙ୍କ ଯୋଗଦାନ ରହିଥିଲା। ସେହିପରି ତାରିଣୀ ମନ୍ଦିର ସମ୍ମୁଖରେ ଶିଖ ସମାଜ ପକ୍ଷରୁ ସରବତ୍ ବଣ୍ଟନ କରାଯାଇଥିଲା। ପାଓ୍ବାର ହାଉସ୍ ରୋଡ଼ର ଦୁଃଖ ନିବାରଣ ଗୁରୁଦ୍ବାର ସମ୍ମୁଖରେ ସରବତ୍ ବିତରଣ କରାଯାଇଥିଲା। ଆଜି ରାଉରକେଲା ସମେତ ଇସ୍ପାତ ସହର ଅଞ୍ଚଳରେ ଶିଖ ସମୁଦାୟ ପକ୍ଷରୁ ସହୀଦ୍ ଦିବସ ପାଳନ କରାଯାଇ ସରବତ୍ ଓ ଚଣା ବଣ୍ଟନ କରାଯାଇଥିଲା