ଝିରପାଣି ସ୍ଥିତ ଜଳ ବିଶୋଧନାଗାର ଓ ପାଇପ ପାନୀୟ ଜଳ ଯୋଗାଣ ଶୁଭାରମ୍ଭ

ରାଉରକେଲା,୨୨/୫ (ଉତ୍କଳ ସମାଚାର):: ଓଡ଼ିଶା ସରକାର ପଞ୍ଚାୟତି ରାଜ ଓ ଜଳ ଯୋଗାଣ ବିଭାଗ ଦ୍ଵାରା ପ୍ରାୟ ୧୨.୫କୋଟି ବ୍ୟୟ ଅଟକଳ ରେ ନିର୍ମିତ ଜଳ ବିଶୋଧନାଗାର ଓ ପାନୀୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ରବି ବାର ସନ୍ଧ୍ୟାରେ ଶୁଭାରମ୍ଭ ହୋଇଛି। ପି ଏଚ ଇ ଡି ପଡ଼ିଆରେ ଆୟୋଜିତ ଉକ୍ତ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶାରଦା ନାୟକ ଶୁଭାରମ୍ଭ କରିଥିଲେ। କୋଏଲ ନଦୀ କୂଳରେ ୧.୬ ଏକର ଜମି ଉପରେ ୧.୮୦ ଏମ୍ ଏଲ ଡି କ୍ଷମତା ବିଶି ଷ୍ଟ ବିଶୋଧନାଗାର ନିର୍ମିତ ହୋଇଛି। ଏହି ପ୍ରକଳ୍ପରୁ ପଞ୍ଚାୟତ ର ୨୦ ଟି ୱାର୍ଡ ରୁ ୨୩୭୧ ଉପଭୋକ୍ତା ଲାଭବାନ ହେବେ। ଏହି ବିଶୋଧନାଗାର ରେ ଫିଲଟର ହାଉସ,୨ଟି ପମ୍ପ ହାଉସ, ଭୂତଳ ଜଳ ସଂରକ୍ଷଣ,ବ୍ୟକ୍ ୱାସ ଓଭର୍ ଟ୍ୟାଙ୍କ,ଇନ୍ଟେକ୍ ୱେଲ ଆଦି ନିର୍ମାଣ କରାଯାଉଛି।ଆଜି ଠାରୁ ୧୫ ମିନିଟ ଜଳ ଯୋଗାଣ ପରୀକ୍ଷଣ ମଧ୍ୟ ଶେଷ ହୋଇଛି। ସ୍ଵତନ୍ତ୍ର ଭାବେ ଗୋଟିଏ ପାଣି ପ୍ରକଳ୍ପ ରୁ ଅନେକ ପଞ୍ଚାୟତ ଓ ଗ୍ରାମ ଉପକୃତ ହୋଇ ଥାଏ। ହେଲେ ନିଆରା ଭାବେ ଝିର୍ ପାଣି ପଞ୍ଚାୟତ ପାଇଁ ଏପରି ଏକ ମାତ୍ର ପ୍ରକଳ୍ପ ନିର୍ମାଣ ହୋଇଛି ବୋଲି ଉଦ୍ଘଟକ ଶ୍ରୀ ନାୟକ କହିଥିଲେ। ବିଧାୟକ ଫିତା କାଟି ଫିଲ୍ଟର ହାଉସ କୁ ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ,ବିଶ୍ରା ବ୍ଲକ ଅଧ୍ୟକ୍ଷା ଫୁଲମଣି କେରକେଟା, ସରପଞ୍ଚ ଅଜିତ ତିର୍କି,ପ୍ରେମା ଦାସ, ସମିତି ସଭ୍ୟ ପ୍ରତିମା ଦେବୀ,ସରିତା କେରକେଟା,ସୋମନାଥ ରାହା,ଶୁଖି ଟପୋ,ଲବଣୀ ପଣ୍ଡା,ସମେତ ୱାର୍ଡ ମେମ୍ବର ଓ ସଦସ୍ୟ ମାନେ ମଞ୍ଚ ସିନ ଥିଲେ।ବିଧାୟକ ଶ୍ରୀ ନାୟକ ସମସ୍ତ ୱାର୍ଡ ମେମ୍ବର ଓ ପଞ୍ଚାୟତ ସଦସ୍ୟ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *