ପୂର୍ବତନ ଇ॰ଡି ପ୍ରୋଜେକ୍ଟ,ନିରଞ୍ଜନ ଦାଶଙ୍କ ବିଯୋଗରେ ଶ୍ରାଦ୍ଧଞ୍ଜଳି ସଭା

ରାଉରକେଲା, //୨୧/୫ // (ଉତ୍କଳ ସମାଚାର) // ଆଜି ସନ୍ଧ୍ୟା ୭ ଘଟିକାରେ ଜଗନ୍ନାଥ ମନ୍ଦିର କୋଏଲ ନଗର ଠାରେ ମେକନିକାଲ ସପ ଆରଏସପି ପରିବାର ତରଫରୁ ୧୯୭୮ମସିହାରେ ମେକନିକଲ ସପକୁ ନୂତନ ଭାବେ ସୃଷ୍ଟି କରରିଥିବା ତତକାଳୀନ ମ୍ୟାନେଜର ତଥା ପରେ ଇଡି ପ୍ରୋଜେକ୍ଟ ଆରଏସପି,ଦଇତ୍ଵ ପାଇଥିବା ସ୍ଵର୍ଣପଦ ପ୍ରାପ୍ତ ମେକନିକାଲ ଏଞ୍ଜିନିୟର ସ୍ଵର୍ଗତ ନିରଞ୍ଜନ ଦାଶ ଙ୍କ ଦଶାହ ତିଥି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟଜନ କରଯାଇଥିଲା । ପୂର୍ବତନ ଇଡି ଥୱାର୍କ୍ସଧ ଶୁଭେନ୍ଦ୍ର ଦାସ ସଭାପତିତ୍ଵ କରିଥିବା ବେଳେ, କମିଟିର ଆବାହକ ଜୟନ୍ତ କୁମାର ମିଶ୍ର ସଭା ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବେ ଜନପ୍ରିୟ ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଥିବାବେଳେ ସଂମାନିତ ଅତିଥିଭାବେ ରାଉରକେଲାର ସୁନାମ ଧନ୍ୟ ବ୍ୟକ୍ତି ଗଣ, ପୂର୍ବତନ ଜିଏମ ଅଭୟ ଦାସ,ମେକନିକାଲଶପ ର ଜିଏମ ଶେଖର ନାରାୟଣ,ବରିଷ୍ଟ ଆଇନିଜୀବୀ ରମେଶ ଚନ୍ଦ୍ର ମହାନ୍ତି,ଅମ୍ବିକା ମହାନ୍ତି,ପ୍ରତାପ ଚନ୍ଦ୍ର ମହାନ୍ତି,ଯଦୁମଣି ସ୍ଵାଇଁ, ବ୍ରଜେନ୍ଦ୍ର କୁମାର ବାନାର୍ଜୀ, ଜମ୍ବୁ ପଟନାୟକ,ରଶ୍ମୀ ରଞ୍ଜନ ବୋଇତାଇ, ତୃଷାର ମଲ୍ଲିକ,ମନରଞ୍ଜନ ଦାଶ ଉପସ୍ଥିତ ଥିଲେ ।ସ୍ଵର୍ଗୀୟ ଦାଶଙ୍କ ଫଟୋରେ ପୁଷ୍ପ,ଦୀପ ଓ ଧୂପ ଲଗାଇ ମୁଖ୍ୟ ଅତିଥି, ସଂମାନିତ ଅତିଥିଗଣ,ଓ ଉପଷ୍ଟିତ ଥିବା ସହକର୍ମୀମାନେ ପୂଜା ଅର୍ଚନା କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସ୍ଵର୍ଗୀୟ ଦାଶଙ୍କୁ ପ୍ରଶଂସା କରି ନିଜର ପରିଶ୍ରମ ଓ ଦକ୍ଷତା ବଳରେ ଉଚପଦ ପାଇପାରି ଜଣେ ଭଲ ମଣିଷ ଭାବେ ରାଉରକେଲରେ ସୁପରିଚିତ ହୋଇପାରିଥିଲେ ବୋଲି କହିଥିଲେ । ସଂମାନିତ ଅତିଥି ଅଭୟ ଦାସ ନିଜ ବକ୍ତବ୍ୟରେ ସ୍ଵର୍ଗୀୟ ଦାଶଙ୍କର ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କରିଥିବା ଉନତିମୂଳକ କାର‌୍ୟ୍ୟଗୁଡିକର ପ୍ରଶଂସା କରିଥିଲେ । ଅନ୍ୟାନ ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ରେସ୍ଵର୍ଗୀୟ ଦଶଙ୍କ କାର‌୍ୟ୍ୟ ଶୈଳୀକୁ ପ୍ରଶଂସା କରିବା ସହିତ ପ୍ରଥମ ଏନଏ ସି ଷ୍ଟିଲ ଟାଉନସିପ ର ଅଧକ୍ଷ ଭାବେ ଦଇତ୍ଵ ନେଇ,କୋଏଲ ନଗର ଠାରେ, କଲ୍ୟାଣୀ ମଣ୍ଡପ,ହେଲ୍ଥ ସେଣ୍ଟର,ସି ବ୍ଲକ ପାର୍କ ଏବଂ ୩ନମ୍ବର ସେକ୍ଟର ଜଗନ୍ନାଥ ମନ୍ଦିର ର ପାଚେରି ନିର୍ମାଣ କରାଇଥିଲେ । ଅନ୍ୟ ବକ୍ତା ଆଲୋକ ବୋସ,ଅଶୋକ କୁମାର ଶେଠୀ ନିଜ ନିଜ ବକ୍ତବ୍ୟ ରଖିଥିଲେ । କର୍ଜ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା କରଯାଇଥିଲା । ର।ମ ଚନ୍ଦ୍ର ହ।ମରମ ଧନ୍ୟବାଦ ଦେଇଥିଲେ । କର୍ଜ୍ୟକ୍ରମରେ କ୍ଷେତ୍ରବାସୀ ଶେଠୀ,ଦିଲ୍ଲୀପ ଦାସ, ଅର୍ଜୁନ କୁମାର, କାର୍ତିକ ବେହେରା,ଜି ସି ପତି,ଅଶୋକ ସାହୁ,ମୁରଲୀ ବେହେରା,ରବୀନ୍ଦ୍ର ସି, ବଦ୍ରି ପ୍ରସାଦ,ବି ଏନ ସିଂହ, ବି ବି ସାହୁ,ଲକ୍ଷ୍ମୀ ଧର ମୋହାରଣା,ଏ ତିର୍କୀ,ଦଣ୍ଡପାଣି ପଣ୍ଡା,କର୍ଣ ମୋହତୋ,ସୁଶୀଲ ସୁନା,ରାଜ କିଶୋର ସୁତାର,ଓମ ପ୍ରକାଶ ମିଶ୍ର,କିଶୋର ମୋହନନ୍ଦ,ସୋମୀୟ ମହାନ୍ତି,କୁମୁଦ ମିଶ୍ର,ଦାମଦୋର ରାଉତ,ନରେନ୍ଦ୍ର ଜେନା, ଅମିୟ ରାୟ, ସୀତାକାନ୍ତ ପାତ୍ର,ପ୍ରମୁଖ ସହଯୋଗ କରି କାର୍କ୍ୟକ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *