ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ୪୦ ୟୁନିଟ ରକ୍ତ ସଂଗ୍ରହ

ରାଉରକେଲା,୨୧/୫ (ଉତ୍କଳ ସମାଚାର): : ଆଜି ପାନପୋଷ ସ୍ଥିତ ମଣି କଲୋନୀ ପରିସରରେ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ପୁହାଣଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମଟିକୁ ରାଉରକେଲାର ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ନାୟକ ଯୋଗଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ଏବଂ ମୂଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋଡ଼ର୍ ଅଧ୍ୟକ୍ଷ ଶ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ତମ ସମ୍ମାନିତ ଅତିଥି ମାନଙ୍କ ମଧ୍ୟର ରାଉରକେଲା ଯୁବ ସଭାପତି ସୁଶାନ୍ତ ରାଉତ, ମହିଳା ନେତ୍ରୀ ଜ୍ୟୋସ୍ନା ନାୟକ, ଜିଲ୍ଲା ଛାତ୍ର ସଭାପତି ରାଣା ପ୍ରତାପ ସିଂ, ପ୍ରକାଶ ଚନ୍ଦ୍ର ଧଳ, ଦୁଷ୍ମନ୍ତ ରାଉତରାୟ, ଵିକନ ବଳ , ବିରଞ୍ଚି ସାମଲ,ଉପସ୍ଥିତ ରହି ରକ୍ତଦାତାଙ୍କୁ ମାନଙ୍କୁ ଉତ୍ସାହିତ କରିଥିଲେ। ଖରାଦିନ ଭଳି ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ରକ୍ତ ଦାତା ମାନେ ଖରାକୁ ଖାତିରି ନକରି ରକ୍ତ ଦାନ କରିଥିବାରୁ ଉପସ୍ଥିତ ଥିବା ସମସ୍ତ ଜନ ସାଧାରଣ ଏବଂ ରାଉରକେଲା ବିଧାୟକ ଶ୍ରୀ ନାୟକ ସେମାନଙ୍କୁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟର ହେମନ୍ତ ସାହୁ ଶିବ ଶଙ୍କର ସାମଲ, ଅଜିତ୍ ବାରିକ, ,ଆଲୋକ ବାରିକ, ସନ୍ତୋଷ ବାରିକ, ମନୋରଞ୍ଜନ ସାହୁ, ସୌମ୍ୟରଂଜନ ରାଉତ, ସ୍ମିତା ପୁହାଣ, ଅର୍ପିତା ଖୁଣ୍ଟିଆ,ସୃତି ପ୍ରତିହାରୀ, କୁଳମଣି ବାରିକ, ପଦ୍ମ ଲୋଚନ ତାର୍ଜନ ପ୍ରମୁଖ ଉପସ୍ଥିତ ରହି ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସାହାଯ୍ୟ କରିଥିଲେ। ଏବଂ ସର୍ବଶେଷରେ ସର୍ବମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସୂଚନାଯୋଗ୍ୟ ଯେ ଏକ ସପ୍ତାହ ମଧ୍ୟରେ ୧୦୦ ୟୁନିଟ ଅଧିକ ରକ୍ତ ସଂଗ୍ରହ କରି ରାଉରକେଲା ସରକାରୀ ହସ୍ପିଟାଲ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *